ପ୍ରୟାସ ପକ୍ଷରୁ ସାମୂହିକ ବିବାହ: ୨୫ ବର-କନ୍ୟାଙ୍କ ପଡ଼ିଲା ହାତଗଣ୍ଠି

ଭୁବନେଶ୍ବର : ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ମଙ୍ଗନି, ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ପୂର୍ବାହ୍ନ ୧୧ଟାରେ ୟୁନିଟ୍‌-୨ ସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିରରୁ ବାହାରିଥିଲା ଶୋଭାଯାତ୍ରା। ୨୫ ବରଙ୍କୁ ନେଇ ଏକ ଶୋଭାଯାତ୍ରାରେ ବରଯାତ୍ରୀ ୟୁନିଟ୍‌-୩ ଶ୍ରୀରାମ ମନ୍ଦିର ଅଭିମୁଖେ ବାହାରିଥିଲେ। ସେଠାରେ କନ୍ୟାପକ୍ଷରୁ ବର ଓ ବରଯାତ୍ରୀଙ୍କୁ ପାଛୋଟି ନିଆଯାଇଥିଲା। ତା’ପ‌ରେ ପାରମ୍ପରିକ ରୀତିରେ ପଡ଼ିଥିଲା ହାତଗଣ୍ଠି। ଏକାଥରକେ ୨୫ ବର କନ୍ୟାଙ୍କ ହାତଗଣ୍ଠି ପଡ଼ିଥିଲା। ‘ପ୍ରୟାସ’ ଗ୍ରୁପ୍ ଦ୍ବାରା ଆୟୋଜିତ ଏହି ୯ମ ସାମୂହିକ ବିବାହ ମହୋତ୍ସବରେ ଆଜି ରାମ ମନ୍ଦିର ପରିସର ଉତ୍ସବ ମୁଖର ହୋଇଉଠିଥିଲା।

ବିବାହ ପରେ ବର ଓ ନବବଧୂଙ୍କ ସାଧାରଣ ଚଳଣି ପାଇଁ ଆବଶ୍ୟକ ଜିନିଷ ପତ୍ର ସହିତ ଗୋଟିଏ ବର୍ଷର ତେଜରାତି ସାମଗ୍ରୀ ପ୍ରୟାସ ପକ୍ଷରୁ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବଦ୍ରିନାଥ ପଟ୍ଟନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସମାଜସେବୀ ନମ୍ରତା ଚଢ଼ା, ଉମାକାନ୍ତ ତାଣ୍ଡି, କମଲ ମହାନ୍ତି, ସୋନାଲି ପ୍ରିୟଦର୍ଶିନୀ, ଜୟନ୍ତ ମହାନ୍ତି, ମହାମାୟୀ ତେଜାନୀ, ସୁରେନ୍ଦ୍ର ମହାପାତ୍ର, ରବି ସ୍ବାଇଁ, ପ୍ରେମ ଅଗ୍ରଵାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରୟାସ ଗ୍ରୁପର ଅଧ୍ୟକ୍ଷ ବନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର