ମତ ମତାନ୍ତର : ଖାଲି ଯାତ୍ରା ବେଳକୁ କଟକଣା?

ରାଜ୍ୟରେ କରୋନା ସଂକ୍ରମଣ କେବେଠୁ କମିଗଲାଣି। ଗାଁ ହେଉ କି ସହର; ଆଉ କରୋନାକୁ ନେଇ ଆତଙ୍କ ନାହିଁ କହିଲେ ଚଳେ। ସ୍କୁଲ, କଲେଜ ଖୋଲିଲାଣି। ସଭାସମିତି ହେଲାଣି। ବାହାଘର ଓ ଅନ୍ୟାନ୍ୟ ଉତ୍ସବକୁ ଅନୁମତି ଦିଆଗଲାଣି। ମଲ୍, ସିନେମା ହଲ୍‌ ବି ଖୋଲିଗଲାଣି। କିନ୍ତୁ ଯାତ୍ରା ବେଳକୁ ସରକାର, କରୋନା ଭୟ କଥା କହି ଅନୁମତି ଦେଉନାହାନ୍ତି। କଡ଼ା କଟକଣା ସହ ଅଧା ଦର୍ଶକ ପା‌ଇଁ ବିଏମ୍‌ସି ରାଜି ହେଉଥିବାରୁ, ଏ ବର୍ଷ ଖଣ୍ଡଗିରି ମେଳାରେ ମଧ୍ୟ ଯାତ୍ରା ହେବ କି ନାହିଁ, ତାହା ସ୍ଥିର ହୋଇ ପାରୁନି। ତେଣୁ ଏହାକୁ ନେଇ କଳାକାରଠୁ ନେଇ ସାଧାରଣ ଦର୍ଶକଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅସନ୍ତୋଷ। ସୋସିଆଲ ମିଡିଆରେ ବି ଏହାକୁ ନେଇ ସୃଷ୍ଟି ହୋଇଛି ବିତର୍କ। ରାଜନୈତିକ ସଭା କି ନିର୍ବାଚନ ବେଳେ କରୋନା କଟକଣା କଥା କେହି କହୁ ନ ଥିବା ବେଳେ କଳାକାରଙ୍କ ପେଟପାଟଣା କଥାକୁ ସରକାର ପାଶୋରି ଦେଉଥିବା ଅଭିଯୋଗ କରି ଲୋକେ ସରକାରଙ୍କୁ ସମାଲୋଚନା‌ କରୁଛନ୍ତି।
ବିଭିନ୍ନ ବର୍ଗର ସାଧାରଣ ଲୋକଙ୍କ ଏଭଳି ପ୍ରତିକ୍ରିୟାକୁ ନେଇ ଆଜିର ମତ-ମତାନ୍ତର।

କୋଉଠି କୋଭିଡର ଗାଇଡ ଲାଇନ ଅଛି ଯେ? ରାଜନୈତିକ ମିଟିଂ, ରାଲି କଲା ବେଳକୁ ଗାଇଡ୍‌ଲାଇନ ଅଛି?
ବିଶ୍ବରଂଜନ ରାଉତ (ଫେସବୁକ୍)

କରୋନା ତ ହଟିଲା; ଯାତ୍ରା କଣ ପାଇଁ ହେବନି?
ସୁରେନ୍ଦ୍ର ମହାନ୍ତି (ଫେସବୁକ୍)

ଏବେ ଅନୁମତି ଦେବା ଠିକ୍ ହେବନି।
ମାନସ କାନୁନଗୋ (ଫେସବୁକ୍)

ଅପେରା ବନ୍ଦ ହେଉ। ଖାଲି ନିର୍ବାଚନ ହେବ। ଅପେରା ହେଲେ କରୋନା ହେବ, ନିର୍ବାଚନ ହେଲେ କରୋନା ହେବନି? ମୂର୍ଖ ପ୍ରଶାସନ।
ମାନସ କୁମାର ଧଳ (ଫେସବୁକ୍)

ସରକାର କିଛି ସାହାଯ୍ୟ କରୁନାହାନ୍ତି। ରୋଜଗାର ନାହିଁ। କେମିତି ଚାଲିବ ସଂସାର? ନେତା ମାନଙ୍କ ଲାଭ ହେଉଛି, ସେଥିପାଇଁ ଶୁଣୁନାହାନ୍ତି।
କ୍ରିଷ୍ଣା ମହାନ୍ତି (ଫେସବୁକ୍)

ବାର୍‌ରେ ମଦ ପିଇବା ପାଇଁ ପରମିସନ ଦିଆହବ… କିନ୍ତୁ ଯାତ୍ରା ନୁହଁ.. ବାହା ବାହାରେ ପ୍ରଶାସନ…. ।
ଦୀପକ କୁମାର ସାହା (ଫେସବୁକ୍)

ସମ୍ବନ୍ଧିତ ଖବର