ମତମତାନ୍ତର: ବାଃ ପଖାଳ…

ପଖାଳ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରେ ବୋଲି ଏମ୍‌ସର ଏକ ଗବେଷଣାରୁ ଜଣାପଡ଼ିଛି। ତେବେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଏହା ଦ୍ବାରା ପଖାଳ ବିଶ୍ବରେ ପରିଚିତ ଲାଭ କଲା ବୋଲି ଅନେକ କହିଛନ୍ତି। ତେବେ ଏହା ଏକ ଡ୍ରାମା ବୋଲି ମଧ୍ୟ କିଛି ଲୋକ କହିଛନ୍ତି। ପ୍ରାୟ ସବୁବେଳେ ପଖାଳ ଖାଉଥିବା ଗରିବ ଲୋକ କେମିତି କରୋନାରେ ମଲେ ବୋଲି କେହି କେହି ପ୍ରଶ୍ନ କରିଛନ୍ତି। ସାମାଜିକ ଗଣମାଧ୍ୟମରୁ ସଂଗୃହୀତ ଏମିତି କିଛି ବଛାବଛା ମତ…

ଆରେ ଯୋଉମାନେ ମରିଛନ୍ତି, ସେମାନେ ପଖାଳ ଖାଉନଥିଲେ କି?
କିଶୋର କୁମାର ସାହୁ (ଫେସବୁକ୍)

ପଖାଳରେ ଔଷଧ ଅଛି। ଫାଲ୍‌ତୁରେ ଏତେ ଟଙ୍କା ଖର୍ଚ୍ଚ କରି ଟୀକାର ଆବିଷ୍କାର ହେଲା। ହେଲେ ମୁଁ ବୁଝିପାରୁନି ଆମ ଗାଁ’ର ଗୋଟେ ଗରିବ ଲୋକ କରୋନାରେ କେମିତି ମଲା? ତା’ ଘରେ ତ’ ପ୍ରାୟ ସମୟ ପଖାଳ ଖିଆଯାଏ। ଏଇଟା ଯିଏ କହିଛି ମିଛୁଆ ନା ଯିଏ ତା’ର ରିପୋର୍ଟ ଦେଇଥିଲା ସେ ମିଛୁଆ।
ପିଏନ୍ ପଣ୍ଡା (ଫେସବୁକ୍)

ଶେଷରେ ଓଡ଼ିଆଙ୍କ ମେଡିସିନ୍ ବିଜୟ ଲାଭ କଲା। ପଖାଳ ଆଜି ସାରା ବିଶ୍ବରେ ପରିଚିତ।
ଏମ୍ ମୋହନ କୁମାର (ଫେସବୁକ୍)

ପଖାଳ ଖାଇଲେ କରୋନା ହେବନି। ଏ କଥା ସତ୍ୟ ୟାକୁ କିଏ ସର୍ଭେ କରିଛି? ୱାର୍ଲ୍ଡ ହେଲଥ୍ ଓର୍ଗାନାଇଜେସନ୍ ଏହାକୁ ଗ୍ରହଣ କରିଛି କି? ଯଦି ହଁ ତାହେଲେ ଗ୍ରହଣୀୟ। ଯଦି ନା ତାହେଲେ ତମେ ଡ୍ରାମା କରୁଛ।
ହିରୁ ବଳିଆରସିଂହ(ଫେସବୁକ୍)

ଆଛା ପଖାଳ ଗପ ଚାଲିଲା। କିଏ ସେ ବଡ଼ ବୈଜ୍ଞାନିକ ଯିଏ ଏଭଳି ଆବିଷ୍କାର କଲା। ଏଥିପାଇଁ ଆମ ସମାଜରେ ଏକ ପଖାଳ ଔଷଧ ତିଆରି କରିବାକୁ ଦିଆଯାଉ।
ବୈଜୟନ୍ତ ସ୍ବାଇଁ (ଫେସବୁକ୍)

ସମ୍ବନ୍ଧିତ ଖବର