ଭୁବନେଶ୍ୱର: ପ୍ରଭାକର ସାମନ୍ତରାୟଙ୍କ ଲିଖିତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ‘ମ୍ୟାଥ ମ୍ୟାଜିକ୍’ ଆଜି ବୁଦ୍ଧ ମନ୍ଦିରରେ ଲୋକାର୍ପିତ ହୋଇଯାଇଛି। ‘ସମ୍ବାଦ’ ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଲୋକାର୍ପଣ କରିଛନ୍ତି। ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ଦେବୀପ୍ରସାଦ ରାୟଙ୍କ ସଭାପିତତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ଆଜିର ସମୟରେ ପୁସ୍ତକ ମରିବାକୁ ବସିଛି। ପିଲାମାନେ ବହି ପଢ଼ିବାକୁ ପସନ୍ଦ କରିୁନାହାନ୍ତି, ବହି ବିକ୍ରି ହେଉନି। ମାତ୍ର ‘ମ୍ୟାଥ ମ୍ୟାଜିକ୍’ ଏକ ସ୍ୱତନ୍ତ୍ର ବହି। ଏଥିରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବାର ଚାବିକାଠି ରହିଛି। ନୂଆ ବୃତ୍ତି ସନ୍ଧାନରେ ଏହି ପୁସ୍ତକ ସାହାଯ୍ୟ କରିବ। ପୂର୍ବରୁ ଜଣେ ଛାତ୍ର କିମ୍ବା ଛାତ୍ରୀ ଯେତେ ନମ୍ବର ରଖିଥିଲେ ହେଁ ଚାକିରି ପାଇଁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ୁଛି। ବିନା ଗଣିତରେ ଆଧୁନିକ ଯୁଗରେ କିଛି କରିହେବ ନାହିଁ। ତେଣୁ ଗଣିତକୁ ଭୟ କରିବାର କୌଣସି କାରଣ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ପୁସ୍ତକର ରଚୟିତା ପ୍ରଭାକର ସାମନ୍ତରାୟ କହିଲେ, ‘ମ୍ୟାଥ ମ୍ୟାଜିକ୍’ ପୁସ୍ତକ ଜରିଆରେ ପରୀକ୍ଷାରେ ଗଣିତ ପ୍ରଶ୍ନର ସହଜରେ ସମାଧାନ ହୋଇପାରିବ। କେବଳ ସମାଧାନ ନୁହେଁ, ଶୀଘ୍ର, ଠିକ୍ ଓ ପରୀକ୍ଷାରେ ସମୟ ପରିଚାଳନାରେ ସହାୟକ ହେବ। ଏହାସହ ଛାତ୍ରଛାତ୍ରୀଙ୍କ ଧିଶକ୍ତି ବଢ଼ାଇବାରେ ମଧ୍ୟ ଏହି ପୁସ୍ତକ ସହାୟକ ହେବ। ଫଳରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ସଫଳତା ପାଇପାରିବେ ବୋଲି ଶ୍ରୀ ସାମନ୍ତରାୟ କହିଥିଲେ। ରମେଶ ଚନ୍ଦ୍ର ମଲ୍ଲିକ କହିଲେ, ମାତୃଭାଷାରେ ଦକ୍ଷ ଛାତ୍ରଛାତ୍ରୀ ଗଣିତରେ ମଧ୍ୟ ଦକ୍ଷ ହୋଇପାରିବ। ଗଣିତ ମଧ୍ୟ ଏକ ପ୍ରକାରର ବ୍ୟାକରଣ ବୋଲି ଶ୍ରୀ ମଲ୍ଲିକ କହିଥିଲେ। ବଦ୍ରି ପ୍ରସାଦ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।
‘ମ୍ୟାଥ ମ୍ୟାଜିକ୍’ ପୁସ୍ତକ ଲୋକାର୍ପିତ
ଗଣିତ ବିନା ଆଧୁନିକ ଦୁନିଆରେ କିଛି ସମ୍ଭବ ନୁହେଁ
/sambad/media/post_attachments/wp-content/uploads/2018/09/m1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)