ବାଲିପାଟଣା: ଏ-୧‌ରେ ୫, ବାଲିଅନ୍ତା: ୫ ଜଣ ‘ଏ-୧’

ଏ-୧ ଦୌଡ଼ରେ ବ୍ଲକ ଗ୍ରାଣ୍ଟ ସ୍କୁଲ୍‌

ବାଲିପାଟଣା : ବାଲିପାଟଣା ବ୍ଲକର ୫ଜଣ ମେଧାବୀ ଛାତ୍ରଛାତ୍ରୀ ଏ୧ ଗ୍ରେଡ୍‌ରେ କୃତିତ୍ୱ ହାସଲ କରିଛନ୍ତି। ସେମାନେ ହେଲେ, ପମ୍ପାଲୋ ବା‌ଲୁଙ୍କେଶ୍ୱର ବିଦ୍ୟାପୀଠର ଛାତ୍ରୀ ସାଇଶ୍ରୁତି ନନ୍ଦା ପ୍ରଧାନ, ପୁବାଗଡ଼ ପଞ୍ଚାୟତ ହାଇସ୍କୁଲର ବାସୁଦେବ ମହାରଣା, ଜନବିଦ୍ୟାମନ୍ଦିର ଚଣାହଟା ସ୍କୁଲର ଛାତ୍ରୀ ଶିବାନୀ ସେଠୀ, ନରିଶୋ ପଞ୍ଚାୟତ ବାଳିକା ବିଦ୍ୟାଳୟର ଛାତ୍ରୀ ସୁଭଦ୍ରା ଶୁଭଦର୍ଶିନୀ ମହାନ୍ତି ଓ ନରିଶୋ ପଞ୍ଚାୟତ ବାଳକ ବିଦ୍ୟାଳୟର ଛାତ୍ର ଲିକୁ ସ୍ବାଇଁ ପ୍ରମୁଖ। ସାଇଶ୍ରୁତି ମାଟ୍ରିକ୍‌ରେ ୫୬୧ ନମ୍ବର(୯୩.୫%) ରଖି ଆଗରେ ରହିଛନ୍ତି। ସେ ତାଙ୍କର ଏହି ସଫଳତା ପାଇଁ ବାପା ବସନ୍ତ ପ୍ରଧାନ ଓ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଶ୍ରେୟ ଦେଇଛନ୍ତି। ବାସୁଦେବ ୫୫୬ ନମ୍ବର(୯୨.୬୬%) ରଖି ବ୍ଲକରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ହରିହର ମହାରଣା ଓ ଅନୁପମା ମହାରଣାଙ୍କ ଝିଅ। ଏହି ସଫଳତା ପାଇଁ ସେ ବାପା, ମା’ଙ୍କ ସହ ସ୍କୁଲ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଶ୍ରେୟ ଦେଇଛନ୍ତି। ସେହିପରି ତ୍ରିନାଥ ସେଠୀ ଓ ମିନତି ସେଠୀଙ୍କ ଝିଅ ଶିବାନୀ, ପ୍ରଶାନ୍ତ କୁମାର ମହାନ୍ତି ଓ ଇତିଶ୍ରୀ ମହାନ୍ତିଙ୍କ ଝିଅ ସୁଭଦ୍ରା ଏବଂ ଅକ୍ଷୟ ସ୍ବାଇଁଙ୍କ ପୁଅ ଲିକୁ ପ୍ରତ୍ୟେକେ ୫୪୦ (୯୦%) ରଖିଛନ୍ତି। ଏହି ସଫଳତା ପାଇଁ ସେମାନେ ନିଜ ପିତା, ମାତାଙ୍କ ସମେତ ସ୍କୁଲ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଶ୍ରେୟ ଦେଇଛନ୍ତି।

ବାଲିଅନ୍ତା: ୫ ଜଣ ‘ଏ-୧’

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ ଥିବା ୧୭ଟି ସରକାରୀ ହାଇସ୍କୁଲ ଓ ଅନ୍ୟ ଦୁଇଟି ଘରୋଇ ତଥା ଆବାସିକ ସ୍କୁଲ ମଧ୍ୟରୁ ଚଳିତ ହାଇସ୍କୁଲ ପରୀକ୍ଷାରେ ମୋଟ ୫ ଜଣ ଛାତ୍ରଛାତ୍ରୀ ଏ ୱାନ୍ ଗ୍ରେଡ୍‌ ପାଇଛନ୍ତି। ଏ ୱାନ ପାଇଥିବା ଛାତ୍ରଛାତ୍ରୀମାନେ ହେଲେ ଗାଦିବ୍ରହ୍ମ ବାଳିକା ଉଚ୍ଚ ବିଦ୍ୟାଳୟର ତନୁଶ୍ରୀ ମୁଦୁଲି(୫୫୧), ପୂଜା ପ୍ରିୟଦର୍ଶିନୀ(୫୪୩), ପ୍ରତାପଶାସନ ବାଳିକା ଉଚ୍ଚବିଦ୍ୟାଳୟର ଦୀପ୍ତିସୁଧା ସାହୁ(୫୪୬) ଏବଂ ଋତପଲ୍ଲୀ ଆବାସିକ ସ୍କୁଲର ସତ୍ୟ ଶିବ ସୁନ୍ଦର ସ୍ବାଇଁ(୫୪୧) ଓ ଆର ଶୁଭ୍ରା ଶୀତଲ୍‌(୫୪୦)। ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନଙ୍କ ସଫଳତା ହାର ଅଧିକ ହୋଇଥିବା ଫଳାଫଳରୁ ଜଣାପଡ଼ିଛି।

ଏ-୧ ଦୌଡ଼ରେ ବ୍ଲକ ଗ୍ରାଣ୍ଟ ସ୍କୁଲ୍‌

ଖଣ୍ଡଗିରି : ମାଟ୍ରିକ୍ ପରୀକ୍ଷା ଫଳାଫଳର ସର୍ବଶ୍ରେଷ୍ଠ କୃତିତ୍ବ ଏ-୧ ଦୌଡ଼ରେ ରାଜ୍ୟର ବହୁ ପ୍ରତିଷ୍ଠିତ ବିଦ୍ୟାଳୟମାନଙ୍କ ନାମ ରହିଛି। ଭଲ ଅଭିଭାବକ, ଭଲ ଶିକ୍ଷକ, ଭଲ ପରିଚାଳନା କମିଟି ଆଦି ଥିବା କିଛି ବିଦ୍ୟାଳୟ ପ୍ରତିବର୍ଷ ଏଭଳି ସଫଳତା ପାଇଁ ରେକର୍ଡ କରି ଆସୁଥିବା ଚର୍ଚ୍ଚା ହେଉଛି। ତେବେ ରାଜ୍ୟର ସବୁଠାରୁ ଅବହେଳିତ ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟମାନେ ବି ଏହି ଦୌଡ଼ ବା ପ୍ରତିଯୋଗିତାରେ ପଛରେ ପଡ଼ିନାହା‌ନ୍ତି। ଜଟଣୀ ବ୍ଲକର ଦୁଇଟି ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଏ-୧ ଫଳାଫଳ ପାଇ ଗୌରବ ଅର୍ଜନ କରିଛନ୍ତି। ସୂଚନାନୁସାରେ, ଜଟଣୀ ବ୍ଲକ ପଞ୍ଚୁପଲ୍ଲୀ ପଞ୍ଚାୟତ ବ୍ରହ୍ମକୁଣ୍ଡଳସ୍ଥିତ ଜଗ‌ମୋହନ ଉଚ୍ଚ ବିଦ୍ୟାପୀଠରୁ ବିଷ୍ଣୁପ୍ରସାଦ ସାହୁ ୫୫୫ ନମ୍ବର ରଖିଥିବା ‌ବେଳେ ଛତବାର ପଞ୍ଚାୟତ ଅରିଶଲସ୍ଥିତ ରାଜକିଶୋର ଉଚ୍ଚ ବିଦ୍ୟାପୀଠର ସ୍ବାଗତିକା ନାୟକ ୫୪୧ ନମ୍ବର ରଖି ପାସ୍ କରିଛନ୍ତି। ଗତବର୍ଷ ଛତାବର ଗୌରଚରଣ ବିଦ୍ୟାପୀଠ (ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ)ରୁ ମଧ୍ୟ ଦୁଇ ଜଣ ଏ-୧ ଛାତ୍ର ଏଭଳି ସଫଳତାର ପାଇ ମାଟ୍ରିକ୍ ପାସ୍ କରିଥିଲେ।

ସମ୍ବନ୍ଧିତ ଖବର