ବାଲିପାଟଣା : ବାଲିପାଟଣା ବ୍ଲକର ବହୁ ପୁରାତନ ସରକାରୀ ହାଇସ୍କୁଲ ଚଣାହଟ୍ଟା ଜନବିଦ୍ୟା ମନ୍ଦିରର ମାଟ୍ରିକ୍ ପରୀକ୍ଷା କେନ୍ଦ୍ରକୁ ନେଇ ଏବେ ଅସନ୍ତୋଷ ପ୍ରକାଶ ପାଇଛି। ସ୍କୁଲଠାରୁ ୧୭କିମି ଦୂରରେ ଥିବା ନରିଶୋ ପଞ୍ଚାୟତ ହାଇସ୍କୁଲରେ ସେଣ୍ଟର୍ ହୋଇଥିବାରୁ ପରୀକ୍ଷାର୍ଥୀ ଓ ଅବିଭାବକଙ୍କ ମହଲରେ ଘୋର ଉଦ୍ବେଗ ପ୍ରକାଶ ପାଇଛି। ଏନେଇ ଅବିଭାବକମାନେ ଜିଲ୍ଲା ଶିକ୍ଷାଧିକାରୀ, ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶଶିଭୂଷଣ ବେହେରାଙ୍କୁ ଜଣାଇବା ସହ ସେଣ୍ଟର୍ ପରିବର୍ତ୍ତନ କରିବା ପାଇଁ ନିବେଦନ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଚଣାହଟ୍ଟା ସ୍କୁଲର ପ୍ରଧାନଶିକ୍ଷକ ଚିଠି ନଂ ୩୬୨/୧୭ରେ ଗତ ୨୩ନଭେମ୍ବର ମାସରୁ ପରୀକ୍ଷା କେନ୍ଦ୍ର ପାଇଁ ୧୦ଟି ସ୍କୁଲର ଚିଠା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟ ଓ ପରିତାପର ବିଷୟ ଏହି ସ୍କୁଲ ଭିତରୁ ଗୋଟିଏ ବି ସ୍କୁଲକୁ ସେଣ୍ଟର୍ ଭାବେ ମନୋନୀତ କରା ନଯାଇ ବହୁ ଦୂରରେ ଥିବା ନରିଶୋ ସ୍କୁଲକୁ ସେଣ୍ଟର୍ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଲା। ଏହି ପରୀକ୍ଷା କେନ୍ଦ୍ରକୁ ପିଲାଙ୍କ ଗମନାଗମନ ପାଇଁ ସୁବିଧା ନଥିବା କଥା ଅବିଭାବକମାନେ ଅଭିଯୋଗ କରିଛନ୍ତି। ଅଧିକାଂଶ ଛାତ୍ରଛାତ୍ରୀଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ସେମାନେ ନିଜ ଖର୍ଚ୍ଚରେ ଉକ୍ତ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଯିବା ଅସମ୍ଭବ ହୋଇପଡ଼ିବ ବୋଲି ଲିଖିତଭାବେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଯାଇଛି। ଫଳରେ ସ୍କୁଲର ବହୁ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଚଳିତବର୍ଷ ସ୍କୁଲର ମୋଟ ୬୫ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ୩୫ଜଣ ଛାତ୍ରୀ ବି ଅଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ମାଧ୍ୟମିକ ବୋର୍ଡର ଖାମଖିଆଲ ମନୋଭାବ ପାଇଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅବିଭାବକ ଅଭିଯୋଗ କରିଛନ୍ତି। ଏନେଇ ସ୍କୁଲର ପ୍ରଧାନଶିକ୍ଷକ ଚିଠି ନଂ ୩୮୭/୧୮ରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସେଣ୍ଟର ପରିବର୍ତ୍ତନ ପାଇଁ ନିବେଦନ କରିଛନ୍ତି। ସ୍କୁଲର ପ୍ରଧାନଶିକ୍ଷକ ନିରଞ୍ଜନ ପାଇକରାୟଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ଦେଇଥିବା ସ୍କୁଲ ଚିଠାରୁ ସେଣ୍ଟର ନହେବା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତଭାବେ ଅବଗତ କରାଯିବା ସହ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କୁ ଜଣାଇଛୁ। ଜିଲ୍ଲା ଶିକ୍ଷାଧିକାରୀ ବୃନ୍ଦାବନ ଶତପଥୀଙ୍କୁ ସମାସ୍ୟା ସଂପର୍କରେ ପଚାରିବାରୁ ସେ କହିଛନ୍ତି ଏହି ସେଣ୍ଟର୍ଟି ପରିବର୍ତ୍ତନ ପାଇଁ ବୋର୍ଡର ଉଚ୍ଚ ପଦାଧିକାରୀଙ୍କ ସହ ନିୟମିତ କଥାବର୍ତ୍ତା ହେଉଛି। ବହୁ ଜିଲ୍ଲାରେ ଏଭଳି ସମାସ୍ୟା ରହିଛି,ତଥାପି ଆମ ପକ୍ଷରୁ ଚେଷ୍ଟା କରାଯାଉଛି।
ବହୁ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେବା ଆଶଙ୍କା!
ଦୂରରେ ମାଟ୍ରିକ୍ ପରୀକ୍ଷା କେନ୍ଦ୍ରକୁ ନେଇ ଅସନ୍ତୋଷ
/sambad/media/post_attachments/wp-content/uploads/2018/02/exam-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)