ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାଫଳ ଜାଲିଆତି ପ୍ରସଙ୍ଗରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ମାନବ ଅଧିକାର ଆୟୋଗ। ଏକାଦଶରେ ନାଆଁ ଲେଖାଇଲେ ଦଶମ ଶ୍ରେଣୀରେ ଭଲ ମାର୍କ ଦିଆଯିବ ବୋଲି ଲୋଭନୀୟ ଅଫର ଦେଉଥିଲେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନଲ ସ୍କୁଲ କର୍ତ୍ତୃପକ୍ଷ। ସମସ୍ୟାର ସମାଧାନ ପାଇଁ ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ ନିକଟରେ ଅଭିଭାବକମାନେ ଫେରାଦ ହୋଇଥିଲେ। ମାମଲାର ବିଚାର ପାଇଁ ଆଜି ଅଭିଭାବକ, ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନଲ ସ୍କୁଲ କର୍ତ୍ତୃପକ୍ଷ ଓ ସିବିଏସଇ କର୍ତ୍ତୃପକ୍ଷଙ୍କୁ ଡକରା ଆସିଥିଲା। ଉଭୟ ପକ୍ଷରୁ ଶୁଣିବା ପରେ ଚନ୍ଦ୍ରଶେଖରପୁର ଆଇଆଇସିଙ୍କୁ ଏହି ଘଟଣା ସମ୍ପର୍କରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ। ଆସନ୍ତା ୨୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।
ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ଏକାଦଶରେ ନାଆଁ ଲେଖାଇବା ପାଇଁ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନଲ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରୁଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଅଭିଭାବକଙ୍କୁ ଲୋଭନୀୟ ଅଫର ଦେଉଥିବା ଏକ ଫୋନ କଲ ମଧ୍ୟ ହସ୍ତଗତ ହୋଇଥିଲା।
ମାର୍କ କମ୍ ବେଶୀ କରିବାର କ୍ଷମତା ସ୍କୁଲ କର୍ତ୍ତୃପକ୍ଷଙ୍କର ଅଛି। ଏକାଦଶ ପାଇଁ ଆଡମିସନ ନକଲେ ପରିସ୍ଥିତି ଭଲ ହେବ ନାହିଁ ବୋଲି ସୂଚାଇ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ପରୀକ୍ଷାଫଳ ଖରାପ ହେବା ପରେ ଏନେଇ ଓଡ଼ିଶା ମାନବ ଅଧିକାର ଆୟୋଗଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ ଅଭିଭାବକ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp