ଚନ୍ଦ୍ରଶେଖରପୁର : ଅନ୍ତର୍ଜାତୀୟ ଫେସନ୍ ବ୍ରାଣ୍ଡ୍ କ୍ଷେତ୍ରରେ ମ୍ୟାକ୍ସ ପକ୍ଷରୁ ମ୍ୟାକ୍ସ ଏମର୍ଜିଂ ଷ୍ଟାର୍ ୨୦୧୮ର ଅଡିସନ୍ ଶେଷ ହୋଇଛି। ଆଜି ଚୂଡ଼ାନ୍ତ ସୋ’ରେ ରାଜଧାନୀରୁ ଇମତିଆଜ୍ ହମକିଉଦ୍ ଓ ପରିଧି ଗୋୟେଙ୍କା ଶ୍ରେଷ୍ଠ ନାୟକ ଓ ନାୟିକା ଭାବେ ଚୟନ ହୋଇଛନ୍ତି। ରାଜଧାନୀର ଏକ ତାରକା ହୋଟେଲ୍ରେ ଅନୁଷ୍ଠିତ ଅଡିସନ୍ କାର୍ଯ୍ୟକ୍ରମରେ ଆଜି ବିଚାରକ ଭାବେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, କୋରିଓଗ୍ରାଫର୍ ରବିନ୍ଦର୍ ସିଂହ ଏବଂ ଅଭିନେତା ତଥା ସୁପର ମଡେଲ ମାର୍କ ରବିନ୍ସନ୍ ପ୍ରମୁଖ ଯୋଗଦେଇ ଦୁଇ କୃତୀ କଳାକାରଙ୍କୁ ୪୦ ହଜାର ଅର୍ଥରାଶି ସହ ଭୁବନେଶ୍ୱର ସିଟି ବିଜେତା ବ୍ୟାଜ୍ ପ୍ରଦାନ କରିଛନ୍ତି। ଫଳରେ ବିଜେତା ଇମ୍ତିଆଜ୍ ଓ ପରିଧି ଆସନ୍ତା ମାସରେ ମୁମ୍ବାଇ ଯାଇ ଜାତୀୟ ଫାଇନାଲ୍ ସୋ’ରେ ଯୋଗାଦେଇ ତାଙ୍କ ଦକ୍ଷତା ଦେଖାଇବା ପାଇଁ ସୁଯୋଗ ପାଇବେ। ଆଜି ଅଡିସନ୍ର ପ୍ରଥମ ରାଉଣ୍ଡରେ ୮ଜଣ ପୁଅ ଓ ୭ଜଣ ଝିଅ ର୍ୟାମ୍ପରେ ଚାଲିବା ସହିତ ଏକକ ଅଭିନୟ ମାଧ୍ୟମରେ ବିଚାରକଙ୍କୁ ଆକୃଷ୍ଟ କରିଥିଲେ। ସେମାନଙ୍କ ମଧ୍ୟରୁ ଇମତିଆଜ୍ ଓ ପରିଧି ଶେଷ୍ଠ ବିବେଚିତ ହୋଇଥିଲେ। ସେମାନେ ଟେରେନ୍ସ ଲୁଇସ୍ ପ୍ରଫେସନାଲ୍ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ରେ ଡ୍ୟାନ୍ସ ସେସନ୍ ଏବଂ ଫଟୋଗ୍ରାଫିର ଡବବୁ ରତନାନୀଙ୍କ ଦ୍ୱାରା ପୋର୍ଟୋଫୋଲିଓ ସୁଟିଂ କରିବା ନେଇ ସୁଯୋଗ ପାଇବେ। ଏହି ପରିପ୍ରେକ୍ଷୀରେ ବଲିଉଡ୍ରେ ଏହି କଳାକାରମାନଙ୍କୁ ବିଭିନ୍ନ ଅଭିନୟ ପାଇଁ ସୁଯୋଗ ମଳିବ। ଏହା ସହିତ ଫାଇନାଲିଷ୍ଟ୍ ବିଜେତାଙ୍କୁ ବିଭିନ୍ନ ବ୍ରାଣ୍ଡ ସୋ’ ଏବଂ ଫିଲ୍ମରେ କାମ କରିବାର ସୁଯୋଗ ମିଳିବ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp