ମ୍ୟାକ୍ସ ଲିଟିଲ ଆଇକନ୍‌-୨୦୧୯

ଭୁବନେଶ୍ବର: ‘ମ୍ୟାକ୍ସ ଫେସନ୍‌ ବ୍ରାଣ୍ଡ’ ପକ୍ଷରୁ ‘ମ୍ୟାକ୍ସ ଲିଟିଲ୍‌ ଆଇକନ-୨୦୧୯’ର ଗ୍ରାଣ୍ଡ ଫିନାଲେ ଆଜି ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌-୧ ମଲ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଏହାର ରଜ ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛି। ମ୍ୟାକ୍ସ ଲିଟିଲ୍‌ ଆଇକନ ପ୍ରତିଯୋଗିତାରେ ସାରା ରାଜ୍ୟରୁ ୫୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ଗୀତ, ନୃତ୍ୟ, ଡ୍ରଇଁ ଆଦିରେ ନିଜ ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ। ପ୍ରତିଯୋଗିତାରେ ଜଣାଶୁଣା କଣ୍ଠଶିଳ୍ପୀ ଯାଜ୍ଞସେନୀ, ଫାଇନ୍‌ ଆର୍ଟସ୍‌ର କଳାକାର ନରୋତ୍ତମ ଦାଶ ଓ ଡ୍ୟାନ୍ସ କୋରିଓଗ୍ରାଫର ସ୍ବାଗତିକା ରଥ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଚଳିତ ବର୍ଷ ଭୁବନେଶ୍ବର ସମେତ ଦେଶର ୫୫ଟି ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପିଲାମାନଙ୍କର ଏବେ ଗ୍ରୀଷ୍ମ ଛୁଟି ଚାଲିଥିବାରୁ ସେମାନଙ୍କ ପ୍ରତିଭାକୁ ଅନ୍ୟମାନଙ୍କ ଆଗରେ ପ୍ରଦର୍ଶିତ କରିବାରେ ଏହି ପ୍ରତିଯୋ‌ଗିତା ବେଶ୍‌ ସାହାଯ୍ୟ କରିବ ବୋଲି କହିଛନ୍ତି ମ୍ୟାକ୍ସ ଫେସନ୍‌ର ପୂର୍ବ ଓ କେନ୍ଦ୍ର ଭାରତ ଏଭିପି ରାଜୀବ ମୁଖାର୍ଜୀ।

ସମ୍ବନ୍ଧିତ ଖବର