ଗୀତ, ବାଦ୍ୟ ଓ ନୃତ୍ୟ ଉତ୍ସବ ‘ମାୟାବୃତ୍ତ’

ଭୁବନେଶ୍ବର : ସାଂସ୍କୃତିକ ଅନୁଷ୍ଠାନ ‘ନୂପୁର’ ପକ୍ଷରୁ ଗୀତ, ବାଦ୍ୟ ଓ ନୃତ୍ୟ ସନ୍ଧ୍ୟା ‘ମାୟାବୃ୍ତ୍ତ ଉତ୍ସବ’ ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସନ୍ଧ୍ୟାରେ ଅତିଥି ଭାବେ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି, ଲେଖକ ଅନ୍ତର୍ଯ୍ୟାମୀ ମିଶ୍ର, ଗୁରୁ ରାମହରି ଦାସ ଓ ଗୁରୁ ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୁତି ଅନୁଷ୍ଠାନ ପକ୍ଷରୁ ଗୁରୁ ବିଜୟ କୁମାର ଜେନା ଓ ସାଥୀ କଳାକାରଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା। ସେହିପରି ବାଦ୍ୟବାଣୀ ଅନୁଷ୍ଠାନ ପକ୍ଷରୁ ଗୁରୁ ଧନେଶ୍ବର ସ୍ବାଇଁଙ୍କ ଦ୍ବାରା ବାଦ୍ୟବିଚିତ୍ରା ପରିବେଷଣ କରାଯାଇଥିଲା। ଶେଷରେ ‘ନୂପୁର’ ଅନୁଷ୍ଠାନ ପକ୍ଷରୁ ପରିବେଷିତ ନୃତ୍ୟାଭିନୟ ‘ବର୍ଷା’ ଓ ‘ବସନ୍ତ’ ବେଶ୍‌ ଚିତ୍ତାକର୍ଷକ ଥିଲା। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମଧୁମିତା ମହାନ୍ତି। ଅନୁଷ୍ଠାନର ସଂପାଦିକା ମମତା ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର