ଭୁବନେଶ୍ବର: ଭୁବନେଶ୍ବର ୩୬ ନମ୍ବର ୱାର୍ଡ ୟୁନିଟ୍-୪ ମାଛବଜାରରେ ଜବରଦଖଲ ବଢ଼ିଗଲାଣି। ପରିଛନ୍ନତାକୁ ହେୟଜ୍ଞାନ କରାଯାଉଛି। ମେୟର ସୁଲୋଚନା ଦାସ ସ୍ଥାନୀୟ କର୍ପୋରେଟର୍ ଅଲିଅଳି ମଲ୍ଲିକଙ୍କ ସହ ୟୁନିଟ୍-୪ ମାଛ ବଜାର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ମାଛଦୋକାନୀଙ୍କ ସହ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି। ପରିଦର୍ଶନ ସମୟରେ ମାଛବଜାରର ବିଶୃ୍ଙ୍ଖଳିତ ପରିବେଶ, ଅପରିଛନ୍ନତା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜବରଦଖଲ ଉଚ୍ଛେଦ ସହ ପରିଚ୍ଛନ୍ନତାର ଅଭ୍ୟାସ, ବଜାରର ନକ୍ସା ଓ ନାଗରିକଙ୍କ ସୁବିଧା ଆଦି କିପରି ସରଳ ହୋଇପାରିବ, ସେ ସଂପର୍କରେ ଦୋକାନୀଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତଙ୍କ ପାଇଁ ଗୋଟିଏ ନିୟମ, ଏକପ୍ରକାର ଦୋକାନ, ପିଣ୍ଡି ଓ ବଜାର ଆଦିର ପରିଚ୍ଛନ୍ନତା, ଅତ୍ୟଧିକ ସ୍ଥାନ ଅକ୍ତିଆର ନ କରି ଅନ୍ୟ ଦୋକାନୀଙ୍କୁ ବି ବେପାରର ସୁଯୋଗ ଦେବା ଆଦିକୁ ଧ୍ୟାନ ଦିଆଯିବ ବୋଲି ମେୟର ଶ୍ରୀମତୀ ଦାସ କହିଛନ୍ତି। ବ୍ୟବସାୟିକ ପରିବେଶ ଭଲ ରହିଲେ, ସହରର ସ୍ୱଚ୍ଛତା ମୂଲ୍ୟବୋଧ ଅଧିକ ଗୁଣାତ୍ମକ ହେବ ବୋଲି ମେୟର କହିଛନ୍ତି। ଏହି ଅବସରରେ କର୍ପୋରେଟର୍ ଶ୍ରୀମତୀ ମଲ୍ଲିକ ଓ ଡେପୁଟି କମିସନର ରୁବି ବେହେରା ମେୟରଙ୍କୁ ହାଟର ବିଭିନ୍ନ ଅଞ୍ଚଳ ବୁଲାଇ ଦେଖାଇଥିଲେ। ଚିହ୍ନଟ ସ୍ଥାନରେ ଶୌଚାଳୟ ସହ ଅନ୍ୟାନ୍ୟ ସୁବିଧା ଉପରେ ଆଲୋଚନା ହୋଇଥିଲା।
ମାଛ ବଜାର ବୁଲିଲେ ମେୟର
ଭୁବନେଶ୍ବର ୩୬ ନମ୍ବର ୱାର୍ଡ ୟୁନିଟ୍-୪ ମାଛବଜାରରେ ଜବରଦଖଲ ବଢ଼ିଗଲାଣି। ପରିଛନ୍ନତାକୁ ହେୟଜ୍ଞାନ କରାଯାଉଛି। ମେୟର ସୁଲୋଚନା ଦାସ ସ୍ଥାନୀୟ କର୍ପୋରେଟର୍ ଅଲିଅଳି ମଲ୍ଲିକଙ୍କ ସହ ୟୁନିଟ୍-୪ ମାଛ ବଜାର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।
/sambad/media/media_files/2025/08/09/untitled-5-2025-08-09-06-31-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)