ଚନ୍ଦ୍ରଶେଖରପୁର: ଚଳିତ ବର୍ଷ ବିଡିଏ କଲୋନି ଦୁର୍ଗାପୂଜା ସମିତି ପକ୍ଷରୁ ମହାଆଡ଼ମ୍ବରରେ ମା’ ଦୁର୍ଗାଙ୍କ ପୂଜା ହେଉଛି। ୩୧ବର୍ଷରେ ପଦାର୍ପଣ କରୁଥିବା ଏହି ପୂଜାରେ ଏଥର ଏଠାରେ ମୁଖ୍ୟ ଆକର୍ଷଣ ହେବ ମହୀଶୂର ପ୍ୟାଲେସ୍ ଢାଞ୍ଚାର ତୋରଣ। ପାରାଦ୍ବୀପର ୩୦ରୁ ଅଧିକ କୁଶଳୀ କାରିଗର ଏହି ତୋରଣ ନିର୍ମାଣ କରୁଛନ୍ତି। ସେହିଭଳି ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ବାଲିଅନ୍ତା ଭିଙ୍ଗାରପୁର ଅଞ୍ଚଳର କାରିଗରମାନେ ଲାଗିଛନ୍ତି। ମା’ଙ୍କ ପୂଜାରେ ଦଶମୀ ପର୍ଯ୍ୟନ୍ତ ବିଧି ଅନୁସାରେ ହୋମଯଜ୍ଞ ସହ ଭୋଗ ଲାଗି ହେବ। ଦଶମୀରେ ପ୍ରସାଦରେ ଦହିପଖାଳ ଓ ଶାଗ ଲାଗି ହେବ। ପ୍ରାୟ ୩ ହଜାର ଭକ୍ତଙ୍କ ପାଇଁ ଦହିପଖାଳର ବ୍ୟବସ୍ଥା କରାଯାଇଛି। ସପ୍ତମୀ ସନ୍ଧ୍ୟାରୁ ଭଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ବିଳମ୍ବିତ ରାତି ଯାଏ ଦର୍ଶନ ବ୍ୟବସ୍ଥା

Advertisment

publive-image

କରୋନା ପାଇଁ ୨ ବର୍ଷ ହେଲା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନରୁ ବଞ୍ଚିତ ହୋଇଥିବା ଶ୍ରଦ୍ଧାଳୁମାନେ ଏଥର ଯେମିତି ଭଲରେ ଦର୍ଶନ କରିବେ, ସେଥିପାଇଁ ଆମ କମିଟି ବ୍ୟବସ୍ଥା କରିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆମ ମଣ୍ଡପରେ ମା’ଙ୍କ ଦର୍ଶନ ବ୍ୟବସ୍ଥା ରହିଛି। କମିଟିର ସ୍ବେଚ୍ଛାସେବୀମାନେ ଶ୍ରଦ୍ଧାଳୁଙ୍କୁ ଏଥିରେ ସହଯୋଗ କରିବେ।
ଅମରେନ୍ଦ୍ର ମଲିକ, ସଭାପତି

ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ବ

publive-image

ଭକ୍ତମାନଙ୍କ ପାଇଁ ପୂଜା ସମିତି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯିବ। ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ପାଇଁ ଆମ ପୂଜା ୩୧ବର୍ଷ ହେଲା ସୁରୁଖୁରୁରେ ହୋଇଆସୁଛି। ଆମ ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁମାନେ ମା’ଙ୍କ କୃପାରୁ କେବେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି। ସେଥିପ୍ରତି ଆମେ ସବୁବେଳେ ଧ୍ୟାନ ଦେଉଛୁ। ସୁକାନ୍ତ ପରିଡ଼ା, ସମ୍ପାଦକ