ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ଗଣ୍ଡିଲୋ ପ୍ରଧାନ ସାହିରେ ସୁରେନ୍ଦ୍ର ନାୟକଙ୍କ ଝିଅ ଅନୁପମା ନାୟକ (୨୨)ଆତ୍ମହତ୍ୟା କରିଛନ୍ତି। ରାତି ପ୍ରାୟ ୨ଟାରେ ପରିବାରଲୋକ ଅନୁପମାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ସେମାନେ ପଡ଼ୋଶୀଙ୍କୁ ଡାକ ପକାଇବା ସହ ଚିକିତ୍ସା ଲାଗି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପୁଲିସ୍ ଶବକୁ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲା। ତେବେ କେଉଁ କାରଣରୁ ଅନୁପମା ଏପରି ଚରମ ପଦକ୍ଷେପ ନେଲେ, ସେ ସଂପର୍କରେ ଜଣାପଡ଼ିନାହିଁ। ସୂଚନା ଅନୁସାରେ, ଅନୁପମା ଜଣେ ମେଧାବୀ ଛାତ୍ରୀ। ସବୁ ଦିନ ଭଳି ଗତକାଲି ମଧ୍ୟ ସେ ମା’ଙ୍କ ପାଖରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ ଉଠି ସେ ରୋଷେଇ ଘର ଶେଣୀରେ ବେକରେ ଲୁଗା ବାନ୍ଧି ଝୁଲି ପଡ଼ିଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ଜୀବନ ହାରିଲେ ଏମ୍ବିଏ ଛାତ୍ରୀ
/sambad/media/post_attachments/wp-content/uploads/2022/11/Suicide.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)