ଖଣ୍ଡଗିରି ଓ ଉଦୟଗିରିରେ ମକ୍‌ଡ୍ରିଲ୍: ଶିଖିଲେ ପ୍ରାକୃତିକ ବିପର୍ଯ୍ୟୟରୁ ଉଦ୍ଧାର କୌଶଳ

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ବେଳେ ପାହାଡ଼ରେ ଫସିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଆଜି ଖଣ୍ଡଗିରି ଓ ଉଦୟଗିରିରେ ମକଡ୍ରିଲ୍ କରାଯାଇଛି। ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍, ଅଗ୍ନିଶମ ଓ ପ୍ରଶମନ ବିଭାଗ, ସିଭିଲ ଡିଫେନ୍ସ ଏବଂ ନେହରୁ ଯୁବକେନ୍ଦ୍ର ସଂଗଠନ ମିଳିତ ଭାବେ ଏହି ଅଭ୍ୟାସ କରିଛନ୍ତି। ପଥର ତଳେ ଚାପି ହୋଇ ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର, ଭୂମିକମ୍ପରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ଏବଂ ଭୂ-ସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କୁ ଉଦ୍ଧାର କରିବାର କୌଶଳ ଶିଖା ଯାଇଥିଲା। ଏହାବ୍ୟତୀତ ରୋପ୍‌-ୱେ ସହାୟତାରେ ବିପନ୍ନଙ୍କୁ ଉଦ୍ଧାର ଏବଂ ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଯିବାର କୌଶଳ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ମକ୍‌ଡ୍ରିଲ୍ ସମୟରେ ଯେପରି ପର୍ଯ୍ୟଟକଙ୍କ ଯାତାୟାତରେ କୌଣସି ସମସ୍ୟା ନ ଉପୁଜିବ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ପ୍ରତିଟି ବିଭାଗର ପ୍ରାୟ ୨୦ଜଣ ସଦସ୍ୟ, ମୋଟ ୧୦୦ ସଦସ୍ୟ ଏହି ମକ୍‌ଡ୍ରିଲ୍‌ରେ ଭାଗ ନେଇଥିଲେ। ପ୍ରାୟ ୩ରୁ ୪ଘଣ୍ଟା ଧରି ଚାଲିଥିବା ଏହି ମକ୍‌ଡ୍ରିଲ୍‌ରେ ସ୍ଥାନୀୟ ଖଣ୍ଡଗିରି ଥାନା ପୁଲିସ ଉପସ୍ଥିତ ଥିଲା।

ସମ୍ବନ୍ଧିତ ଖବର