ଭୁବନେଶ୍ବର: କୋଇଲା ଉତ୍ପାଦନକାରୀ ଏମ୍ସିଏଲ୍ ପକ୍ଷରୁ ବାତ୍ୟା ଫନି ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲା ପାଇଁ ରିଲିଫ ବାବଦରେ ୨୫୦୦ ଟାର୍ପୋଲିନ୍ ପ୍ରଦାନ କରାଯାଇଛି। ଟାର୍ପୋଲିନ୍ ଭର୍ତି ଥିବା ଟ୍ରକ୍କୁ ତାଳଚେର କୋଲ୍ଫିଲ୍ଡର ଜଗନ୍ନାଥ ଏରିଆର ଏରିଆ ଜେନେରାଲ୍ ମ୍ୟାନେଜର ଏମ୍ ଜି ବ୍ରହ୍ମପୁରକାର୍ ପତାକା ଦେଖାଇ ଉନ୍ମୋଚନ କରିଥିଲେ। ପୂର୍ବରୁ ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଥିବା ଦୁଇଟି ଟ୍ରକ୍ ପୁରୀ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଥିଲା। କମ୍ପାନିର କର୍ମାରୀମାନେ କିଣିଥିବା ୨୦୦ ସୌର ଲ୍ୟାମ୍ପ୍ ପୁରୀ ଜିଲ୍ଲାପାଳଙ୍କୁ ଦିଆଯାଇଥିଲା। ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଥିବା ଟିମ୍ର ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଜଗନ୍ନାଥ କଲିଏରିର ବରିଷ୍ଠ ପ୍ରବନ୍ଧକ ଜଗବନ୍ଧୁ ବେହେରା, ଉପପ୍ରବନ୍ଧକ କିଲ୍ଲି ପ୍ରସାଦ, ଡିପୋ ଅଫିସର ବି ଡି ନାୟକ ଓ ସହକାରୀ ପ୍ରବନ୍ଧକ କୈବଲ୍ୟ ବେହେରା।
ଏମ୍ସିଏଲ୍ ଦେଲା ୨୫୦୦ ଟାର୍ପୋଲିନ୍
/sambad/media/post_attachments/wp-content/uploads/2019/05/Untitled-16-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)