କରୋନା ରୋଗୀଙ୍କୁ ସେବା ଯୋଗାଉଛି ମେଡ୍‌-ରୋବୋ, ପୂର୍ବତଟ ରେଳପଥ କେନ୍ଦ୍ରୀୟ ହସ୍ପିଟାଲରେ ଅଭିନବ ପ୍ରୟ‌ାସ

ଚନ୍ଦ୍ରଶେଖରପୁର: କରୋନା ରୋଗୀଙ୍କୁ ସେବା ଯୋଗାଉଛି ମେଡ୍‌-ରୋବୋ। ବିନା କୌଣସି ଶାରୀରିକ ସଂପର୍କରେ ରୋଗୀଙ୍କୁ ସେବା ‌ପ୍ରଦାନ, ମେଡିକାଲ ୱାର୍ଡରେ ଔଷଧ, ଖାଦ୍ୟ ଆଦି ବଣ୍ଟନରେ ବି ଏହା ଡାକ୍ତରଖାନା କର୍ମଚାରୀଙ୍କୁ ସାହାଯ୍ୟ କରୁଛି। ଏହି ରୋବୋ ସାହାଯ୍ୟରେ ଡାକ୍ତର, ନର୍ସ ଓ ମେଡିକାଲର ଅନ୍ୟାନ୍ୟ କର୍ମଚାରୀମାନେ କରୋନା ଭୂତାଣୁ ସଂକ୍ରମଣରୁ ଦୂରେଇ ରହିପାରୁଛନ୍ତି। ମଞ୍ଚେଶ୍ୱରସ୍ଥିତ ପୂର୍ବତଟ ରେଳପଥର କେନ୍ଦ୍ରୀୟ ହସ୍ପିଟାଲରେ ଅଭିନବ ପ୍ରୟାସ ଦେଖିବାକୁ ମିଳୁଛି।

ମେଡ୍‌-ରୋବୋ ମୋବାଇଲ ଆପ୍‌ ମାଧ୍ୟମରେ ପରିଚାଳିତ ହେଉଛି। ଯାହାକି ଅତ୍ୟାଧୁନିକ ୱାଇ-ଫାଇ ସୁବିଧା ଦ୍ୱାରା ଚାଲୁଛି। ଏହା ସେନସର ଭିତ୍ତିକ ବୈଶିଷ୍ଟ୍ୟକୁ ନେଇ ପରିଚାଳିତ। ରୋଗୀଙ୍କ ଶାରୀରିକ ତାପମାତ୍ରା ମାପିବା ଓ ତାହାକୁ ମୋବାଇଲ ଫୋନରେ ପ୍ରସାରଣ କରିବା ସୁବିଧା ପ୍ରଦାନ କରୁଛି। କୌଣସି ଅସ୍ୱାଭାବିକ ଉଚ୍ଚ ତାପମାତ୍ରା ରିଡିଂ କ୍ଷେତ୍ରରେ ଏହା ଆଲାର୍ମ ବଜାଇଥାଏ। ଫଳରେ ହସ୍ପିଟାଲ କର୍ମଚାରୀ ସତର୍କ ହୋଇ ରୋଗୀଙ୍କ ପ୍ରତି ଧ୍ୟାନ ଦେଇଥାନ୍ତି। ପୂର୍ବତଟ ରେଳପଥର ଏହା ଏକ ଘରୋଇ ଉଦ୍ଭାବନ। ବିଶାଖାପାଟଣାର ଡିଜେଲ ଲୋକୋ ସେଡ୍ ଏହି ରୋବୋ ତିଆରି କରି ଡାକ୍ତରଖାନା କର୍ମଚାରୀଙ୍କୁ କରୋନା ରୋଗୀଙ୍କୁ ସେବା କରିବାରେ ସାହାଯ୍ୟ କରିଥିଲେ। ମଞ୍ଚେଶ୍ୱର କେନ୍ଦ୍ରୀୟ ରେଳପଥ ହସ୍ପିଟାଲରେ ବ୍ୟବହାର ପାଇଁ ନିୟୋଜିତ ହେବା ପୂର୍ବରୁ ମେଡ୍‌-ରୋବୋର ବ୍ୟାପକ ପରୀକ୍ଷଣ ଓ ପ୍ରଦର୍ଶନ କରାଯାଇଛି। ଏଥିରେ ଦୂର ନିୟନ୍ତ୍ରିତ ଡ୍ରାଇଭିଂ ୟୁନିଟ, ଏରୀର ଓ ଟ୍ରେ ପାଇଁ ଷ୍ଟେନଲେସ ସିଟ, ବାଡ଼ି, ବର୍ଗ ବାର, ଆକ୍ରିଲିକ ସିଟ, ଦୁଇ ମୁଖୀ ସ୍ପିକର ସହ ନାଇଟ ଭିଜନ କ୍ୟାମେରା, ସେନସର ଆଧାରିତ ହ୍ୟାଣ୍ଡ ସାନିଟାଇଜର ୟୁନିଟ୍‌, ଥର୍ମାଲ ସ୍କାନର ପାଇଁ ସର୍କିଟ, ଟାଇମର ଆଧାରିତ ୮ ଡବ୍ଲ୍ୟୁ ୟୁଭିସି ସାନିଟାଇଜର ବକ୍ସ, ଗୋଟିଏ କେଭିଏ ବ୍ୟାକଅପ ଶକ୍ତି ରହିଛି।

ଏହାର ବୈଶିଷ୍ଟ୍ୟ ହେଉଛି ଯେ ଶାରୀରିକ, ମୋବାଇଲ କିମ୍ବା ଡେସ୍କଟପ୍‌ରୁ ସମସ୍ତ ଦିଗରେ ଗତି ପାଇଁ ରିମୋଟ କଣ୍ଟ୍ରୋଲ ଡ୍ରାଇଭିଂ ୟୁନିଟ, ୩୦ରୁ ୪୦ ଫୁଟ ଦୂରରୁ ନିୟନ୍ତ୍ରଣ କରାଯାଇପାରିବ। ସାନିଟାଇଜେସନ ପାଇଁ ସେନସର ଆଧାରିତ ହ୍ୟାଣ୍ଡ ସାନିଟାଇଜର ୟୁନିଟ, ଶରୀରର ତାପମାତ୍ରା ଯାଞ୍ଚ ପାଇଁ ସେନ୍‌ସର ଆଧାରିତ ଥର୍ମାଲ ସ୍କାନର, ମୋବାଇଲ, ଚଷମା, ନଥିପତ୍ର ଇତ୍ୟାଦି ବ୍ୟକ୍ତିଗତ ଜିନିଷକୁ ପରିଷ୍କାର କରିବା ପାଇଁ ୟୁଭିସି ସାନିଟାଇଜର ବକ୍ସ ରହିଛି। ରୋଗୀ ଓ ଡାକ୍ତର/ନର୍ସିଂ କର୍ମଚାରୀଙ୍କ ମଧ୍ୟରେ ଯୋଗାଯୋଗ ପାଇଁ ଦୁଇ ମାର୍ଗ ବିଶିଷ୍ଟ ଡିଭାଇସ, ୩୬୦ ଡିଗ୍ରୀ ଚଳନଶୀଳ କ୍ୟାମେରା, ଯାହା ମୋବାଇଲ କିମ୍ବା ଡେସ୍କଟପ ମାଧ୍ୟମରେ ନିୟନ୍ତ୍ରିତ ହୋଇ ପାରିବ। ଔଷଧ ଓ ଖାଦ୍ୟ ଇତ୍ୟାଦି ବଣ୍ଟନ ପାଇଁ ୨ଟି ଷ୍ଟେନଲେସ ଷ୍ଟିଲ ଟ୍ରେ ରହିଛି। ଏହି ଯନ୍ତ୍ରପାତି ପ୍ରାୟ ୧୫ କେଜି ଓଜନ ବହନ କରିବାକୁ ସକ୍ଷମ। ମୋବାଇଲ/ ଡେସ୍କଟପ/ବ୍ୟକ୍ତିଗତ ସ୍ତରରେ ଏହାର ସ୍ଥିତି ଦେଖି ୩୦ରୁ ୪୦ ଫୁଟ ଦୂରରୁ ରିମୋଟ ଜରିଆରେ ନିୟନ୍ତ୍ରଣ କରାଯାଇ ପାରିବ। ସ୍ପିକର ସୁବିଧା ଥିବା କ୍ୟାମେରାରେ ଡାକ୍ତର/ନର୍ସିଂ କର୍ମଚାରୀ ରୋଗୀ ସହ ଯୋଗାଯୋଗ କରିପାରିବେ। ବିଭିନ୍ନ କୋଣରୁ ଦେଖିବା ପାଇଁ କ୍ୟାମେରାର ଗତି ମୋବାଇଲ/ଡେସ୍କଟପ ମାଧ୍ୟମରେ ନିୟନ୍ତ୍ରିତ ହୋଇପାରିବ। ଗୋଟିଏ ସେନ୍‌ସର ଆଧାରିତ ହ୍ୟାଣ୍ଡ ସାନିଟାଇଜିଂ ୟୁନିଟ ଯନ୍ତ୍ରପାତି ସହିତ ସଂଯୁକ୍ତ ହୋଇଛି। ଯାହାଦ୍ୱାରା କର୍ମଚାରୀ ଓ ରୋଗୀ ଅକ୍ସିମିଟର ତଥା ଅନ୍ୟାନ୍ୟ ଜିନିଷ ବ୍ୟବହାର କରିବା ପୂର୍ବରୁ ଏବଂ ପରେ ତାଙ୍କ ହାତକୁ ସାନିଟାଇଜ କରିପାରିବେ। ଉପଲବ୍ଧ ଟ୍ରେଗୁଡ଼ିକୁ ଭୁବନେଶ୍ୱରର ସେଣ୍ଟ୍ରାଲ ହସ୍ପିଟାଲର ଆବଶ୍ୟକତା ଅନୁଯାୟୀ ଖାଦ୍ୟ, ଟିଫିନ, ଔଷଧ ଓ ଅନ୍ୟାନ୍ୟ ଜିନିଷର ମାଗଣା ବିତରଣ ପାଇଁ ବ୍ୟବହାର କରାଯାଇ ପାରିବ।

ସମ୍ବନ୍ଧିତ ଖବର