ହାଇଟେକ୍‌ ମେଡ଼ିକାଲ୍‌ କଲେଜ୍‌ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଥାନାରେ ଅଭିଯୋଗ

ଭୁବନେଶ୍ୱର: ହାଇଟେକ୍‌ ମେଡ଼ିକାଲ କଲେଜର ଜଣେ ଛାତ୍ରୀ ସୋମବାର ଆତ୍ମହତ୍ୟା ଉଦ୍ୟମ କରିଥିବା ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଭାବରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କଲେଜ ପକ୍ଷରୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବାରୁ ଛାତ୍ରୀ ଜଣକ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ସେ ଅପରାହ୍ନରେ ମେଡ଼ିକାଲ କଲେଜ ବିଲ୍ଡିଙ୍ଗ ଉପରକୁ ଯାଇ କେହି ନଥିବାର ସୁଯୋଗ ଉଣ୍ଡି ତଳକୁ ଡେଇଁଥିଲା।

ସମ୍ବନ୍ଧିତ ଖବର