ଭୁବନେଶ୍ବର : ବରମୁଣ୍ଡା ଫ୍ଲାଏଓଭର ଉପରୁ ଜଣେ ମେଡିକାଲ୍ ଛାତ୍ରୀଙ୍କ ଭ୍ୟାନିଟି ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଲୁଟ୍ର ଶିକାର ଛାତ୍ରୀ ହେଉଛନ୍ତି, ଗଣ୍ଡମୁଣ୍ଡା ଗଣେଶବିହାରର ତନୁଶ୍ରୀ ପଣ୍ଡା। ତନୁଶ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ଣରେ ସେ କଲେଜରୁ ଘରକୁ ଫେରୁଥିଲେ। ବରମୁଣ୍ଡା ଫ୍ଲାଏଓଭର୍ରେ ସ୍କୁଟିରେ ଯାଉଥିବା ବେଳେ ୨ଜଣ ଦୁର୍ବୃତ୍ତ ପଛପଟୁ ଆସି ତାଙ୍କ ଭ୍ୟାନିଟି ଝାମ୍ପି ନେଇଥିଲେ। ବ୍ୟାଗ୍ରେ ଏଟିଏମ୍, ଟଙ୍କା ସହ କିଛି ଜରୁରୀ କାଗଜ ଥିଲା। ଅଭିଯୋଗ ପାଇ ଖଣ୍ଡଗିରି ଥାନା ପୁଲିସ ସିସିଟିଭି ଆଧାରରେ ଘଟଣାର ତଦନ୍ତ ଚଳାଇଛି।
ମେଡିକାଲ୍ ଛାତ୍ରୀଙ୍କ ଭ୍ୟାନିଟି ଝାମ୍ପିନେଲେ
/sambad/media/post_attachments/wp-content/uploads/2022/05/loot-2.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)