ଭୁବନେଶ୍ୱର : ରାଜ୍ୟ ଆୟୁଷ ନିର୍ଦେଶକ ଅଶ୍ୱିନୀ କୁମାର ମିଶ୍ର ଆଜି ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜ ଏଣ୍ଡ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ମେଡିକାଲରେ ରହିଥିବା ବିଭିନ୍ନ ବିଭାଗ ପରିଦର୍ଶନ କରିବା ସହିତ ଯେଉଁ ଯେଉଁ ସମସ୍ୟା ରହିଛି ତାହାର କିଭଳି ସମାଧାନ କରିବେ ତାହା ସଂପର୍କରେ କଲେଜ କର୍ତୃପକ୍ଷଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ମେଡିକାଲରେ ପୂର୍ବରୁ ଏକ ଔଷଧୀୟ ବଗିଚା ରହିଥିବା ବେଳେ ତାହା କିଛିବର୍ଷ ହେବ ଉଜୁଡ଼ି ଯାଇଛି। ଏହି ଔଷଧୀୟ ବଗିଚାକୁ କିଭଳି ପୁନରୁଦ୍ଧାର କରାଯାଇ ପାରିବ ତାହା ଉପରେ ଆୟୁଷ ନିର୍ଦେଶକ ଗୁରୁତ୍ୱ ଦେଇଥିଲେ। ଏହାସହ କଲେଜରେ ପ୍ରତିଷ୍ଠା ହେବାକୁ ଥିବା ପ୍ରଥମ ହୋମିଓପ୍ୟାଥିକ ପରୀକ୍ଷାଗାରର ପ୍ରତିଷ୍ଠା ନେଇ କ’ଣ ପଦକ୍ଷେପ ନିଆଯାଇଛି ତାହା ପଚାରି ବୁଝିଥିଲେ। ସେହିପରି ମେଡିକାଲରେ ଥିବା ମିନି ଫାର୍ମାସି ଓ ହଷ୍ଟେଲ ଆଦି ପରିଦର୍ଶନ କରିଥିଲେ।
ପୁନରୁଦ୍ଧାର ହେବ ଔଷଧୀୟ ବଗିଚା
/sambad/media/post_attachments/wp-content/uploads/2018/07/trr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)