ଭୁବନେଶ୍ବର: ସପ୍ତମ ବେତନ ଅନୁସାରେ ରାଜ୍ୟ ସରକାର ଘର ଭଡ଼ା ବାବଦରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ମାତ୍ର ଓପିଟିସିଏଲ୍, ସେସୁ, ନେସ୍କୋ, ୱେସ୍କୋ, ସାଉଥ୍କୋରେ ନନ୍-ଏକ୍ଜିକ୍ୟୁଟିଭ୍ଙ୍କୁ ୫ପ୍ରତିଶତ ଓ ୨୦ ପ୍ରତିଶତ ହାରରେ ଔଷଧ ଓ ଘର ଭଡ଼ା ଭତ୍ତା ମିଳିଛି। ମାତ୍ର ଏକ୍ଜିକ୍ୟୁଟିଭ୍ମାନଙ୍କୁ ଏହି ଭତ୍ତା ଦିଆଯାଇନାହିଁ। କିଛି କର୍ମଚାରୀଙ୍କୁ କିପରି ଅଣଦେଖା କରାଯାଇ ଆଉ କିଛି କର୍ମଚାରୀଙ୍କୁ ଏହି ଭତ୍ତା ଦିଆଗଲା ରାଜ୍ୟ ସରକାର ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିଗମ ଯନ୍ତ୍ରୀ ସଂଘ ସେସୁ ଶାଖାର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ପାଢ଼ୀ ନିବେଦନ କରିଛନ୍ତି।
ଔଷଧ ଓ ଘରଭଡ଼ା ଭତ୍ତାରେ ପାତର ଅନ୍ତର ଦୂର ହେଉ
/sambad/media/post_attachments/wp-content/uploads/2019/03/medicines-l.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)