ଭୁବନେଶ୍ୱର : ଜଣେ ଔଷଧ ଦୋକାନୀ ଧୂଆଁ ଦେଇ କରୋନା ଭୂତାଣୁକୁ ଘଉଡ଼ାଉଥିଲେ। କିନ୍ତୁ ତାଙ୍କ କର୍ମଚାରୀଙ୍କୁ କରୋନା ମାଡ଼ି ବସିଲା। ଘଟଣାଟି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁସାରେ ରାଜମହଲ ଛକ ନିକଟସ୍ଥ ଏହି ଔଷଧ ଦୋକାନର ମାଲିକ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଧୂଆଁ ରଥ ବୁଲାଇଥିଲେ। ମହାଗୁଗଳ, ଗୋବର ଘଷି, ନିମପତ୍ର, ବେଲପତ୍ର, ଦେଶୀ ଘିଅ, କର୍ପୂର ସହ ବିଭିନ୍ନ ଜଡ଼ିବୁଟିର ମିଶ୍ରଣରୁ ବାହାରୁଥିବା ଧୂଆଁ ଦ୍ବାରା କରୋନା ଭୂତାଣୁ ପଳାଇବ ବୋଲି ସେ ଲୋକଙ୍କୁ ବୁଝାଉଥିଲେ। ମାତ୍ର ଏବେ ଫଳ ହୋଇଛି ଓଲଟା। ଉକ୍ତ ଦୋକାନ ମାଲିକଙ୍କ କର୍ମଚାରୀ କରୋନା ପଜିଟିଭ୍ ବୋଲି ଚିହ୍ନଟ ହୋଇଛନ୍ତି। ଏହାପରେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିର୍ଦ୍ଦେଶରେ ଏହି ଦୋକାନକୁ ସିଲ୍ କରାଯାଇଛି। ଏଠାରେ କାମ କରୁଥିବା ୧୪ କର୍ମଚରୀଙ୍କୁ ହୋମ୍ କ୍ୱାରାଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ଓ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ମାଲିକ ଧୂଆଁରେ କରୋନା ତଡ଼ୁଥିଲେ, କର୍ମଚାରୀ ଆକ୍ରାନ୍ତ ହେଲେ
/sambad/media/post_attachments/wp-content/uploads/2020/07/dda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)