ହାଇଟେକ୍‌ରେ ‘ମେଡିଫେଷ୍ଟ-୨୦୧୮’ ଉଦ୍‌ଘାଟିତ

ଭୁବନେଶ୍ୱର : ଅନ୍ତଃ ଭେଷଜ ମହାବିଦ୍ୟାଳୟ ସାଂସ୍କୃତିକ ଉତ୍ସବ ‘ମେଡିଫେଷ୍ଟ-୨୦୧୮’ ହାଇଟେକ୍‌ ମେଡିକାଲ କଲେଜ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବୈଜ୍ଞାନିକ ଡ. ରାଜେନ୍ଦ୍ର ସିନ୍ଧେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ‘ଜଳବାୟୁ ପରିବର୍ତନ ଓ ସ୍ୱାସ୍ଥ୍ୟ’ ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଥିଲା। ହାଇଟେକ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ରାମ ଭୁଜ ୟୁନେସ୍କୋ ଓ ରମେଶ ଧିମାନ ଯୋଗ ଦେଇଥିଲେ। ହାଇଟେକ୍‌ ଗ୍ରୁପ୍‌ର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ରୂପେଶ ପାଣିଗ୍ରାହୀ ଓ ସିଇଓ ଭୀଷ୍ମ ପ୍ରସାଦ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ପ୍ରଶାସକ ଗୋପେଶ୍ୱର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର