ପୁନଃଯାଞ୍ଚ ପରେ ବଢ଼ିଲା ମାର୍କ, ମୀରା ସିବିଏସ୍‌ଇ ଦ୍ବାଦଶ ଟପର୍

ଭୁବନେଶ୍ବର : ସିବିଏସ୍‌ଇ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ପୁନଃ ମୂଲ୍ୟାୟନ ପରେ ମେଧା ତାଲିକାରେ ପରିବର୍ତନ ଘଟିଛି। ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ଛାତ୍ରୀ ମୀରା ଉପାସନାଙ୍କ ଇଂରାଜୀ ବିଷୟ ଖାତା ପୁନଃମୂଲ୍ୟାୟନ ପରେ ୪ ମାର୍କ ବଢ଼ିଛି। ପୂର୍ବରୁ ତାଙ୍କର ୯୩ ମାର୍କ ରହିଥିବା ବେଳେ ଏବେ ୯୭ ନମ୍ବରରେ ପହଞ୍ଚିଛି। ଯାହାଦ୍ବାରା ସେ ସମୁଦାୟ ୪୯୪ ନମ୍ବର ଅର୍ଥାତ୍‌ ୯୮.୮% ମାର୍କ ରଖି ରାଜ୍ୟରେ ଟପର୍‌ ହୋଇଥିବା ସ୍କୁଲ ପକ୍ଷରୁ କୁହାଯାଇଛି।ଏନେଇ ସିବିଏସ୍‌ଇ ପକ୍ଷରୁ ମୀରାଙ୍କୁ ନୂତନ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ପରିବର୍ତନ ତାଲିକାରେ ମୀରା ସାରା ଦେଶରେ ୬ଷ୍ଠ ସ୍ଥାନରେ ରହିଛନ୍ତି। ସେ ଇଂରାଜୀରେ ୯୭, ଗଣିତରେ ୧୦୦, ପଦାର୍ଥ ବିଜ୍ଞାନରେ ୯୮, ରସାୟନ ବିଜ୍ଞାନରେ ୯୯, ଶରୀରିକ ଶିକ୍ଷାରେ ୧୦୦ ନମ୍ବର ରଖିଛନ୍ତି। ସୁନାବେଡ଼ାସ୍ଥିତ ହାଲ୍‌ରେ କାର୍ଯ୍ୟରତ ମୁରଲୀକ୍ରିଷ୍ଣା ଚୌଧୁରୀ ଓ ସରିତା ମହାନ୍ତିଙ୍କ ସୁକନ୍ୟା ମୀରାଙ୍କ ଏଭଳି ସଫଳତା ପରେ ବିଦ୍ୟାଳୟ ସମେତ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁ‌ଭେଚ୍ଛାର ସୁଅ ଛୁଟୁଛି।

ସମ୍ବନ୍ଧିତ ଖବର