ଚନ୍ଦ୍ରଶେଖରପୁର: ଚାଣକ୍ୟ ଆଇଏଏସ୍ ଏକାଡେମି ପକ୍ଷରୁ ଆଜି ମଞ୍ଚେଶ୍ୱର ରେଲେଓ୍ଵ ଅଡିଟୋରିୟମଠାରେ ‘ଭାରତୀୟ ପ୍ରଶାସନିକ ସେବା’ (ଆଇଏଏସ୍) ପରୀକ୍ଷାରେ ସଫଳତା ହାସଲ କରିବାର ସୂତ୍ର ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ସଫଳତାର ଗୁରୁ ଭାବେ ଜଣାଶୁଣା ଏକେ ମିଶ୍ର ଓ ଆଇଏଏସ୍ ପରୀକ୍ଷାରେ ସଫଳତା ପାଇଥିବା ୩ଜଣ ବ୍ୟକ୍ତି ସେଠାରେ ଉପସ୍ଥିତ ଥିବା ହଜାର ହଜାର ଆଶାୟୀଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ଏକାଡେମିରୁ ଗତବର୍ଷ ଆଇଏଏସ୍ ପାଇଥିବା ସଫଳ ଛାତ୍ରଛାତ୍ରୀମାନେ ଏହି ଆଲୋଚନାରେ ଭାଗ ନେଇ ନିଜର ଅଭିଜ୍ଞତା ବଖାଣିିଥିଲେ। ଏହି ଆଲୋଚନାଚକ୍ରରେ ଭାଗ ନେଇଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ। ଏହି ପରୀକ୍ଷା +୨ ସ୍ତରର ହେବ ଏବଂ ସମସ୍ତ ପ୍ରଶ୍ନ ସଂକ୍ଷିପ୍ତ ଓ ଭାରତୀୟ ପ୍ରଶାସନିକ ସେବା ସମତୁଲ ହେବ। ମୋଟ ୧୦୮ଜଣ ଛାତ୍ରଛାତ୍ରୀଙ୍କୁ ଏହି ମେଧାବୃତ୍ତି ପ୍ରଦାନ କରାଯିବ। ପ୍ରଥମ ୩ ଜଣଙ୍କୁ ଶତପ୍ରତିଶତ ମେଧାବୃତ୍ତି ପ୍ରଦାନ କରାଯିବାକୁ ଥିଲା ବେଳେ ପରବର୍ତ୍ତୀ ୧୦ ଜଣଙ୍କୁ ୫୦ ପ୍ରତିଶତ ଓ ଅବଶିଷ୍ଟ ୯୫ ଜଣ ଛାତ୍ରଛାତ୍ରୀଙ୍କୁ ୨୫ ପ୍ରତିଶତ ମେଧାବୃତ୍ତି ପ୍ରଦାନ କରାଯିବ। ତେବେ ଚାଣକ୍ୟ ଏକାଡେମି ଭାରତୀୟ ପ୍ରଶାସନିକ ସେବା ପାଇଁ ଶିକ୍ଷାଦାନ କ୍ଷେତ୍ରରେ ରାଜ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଶ୍ରୀ ମିଶ୍ର କହିଛନ୍ତି।
ଚାଣକ୍ୟ ଆଇଏଏସ୍ ଏକାଡେମିର ଆଲୋଚନାଚକ୍ର
/sambad/media/post_attachments/wp-content/uploads/2018/07/chanakya-academy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)