କଟକ: ରେଳଷ୍ଟେସନ୍ରେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ଅଧିକ ନଜର ରଖାଯିବ। ମୁଖ୍ୟତଃ ବ୍ରାଉନ୍ସୁଗାର, ଗଞ୍ଜେଇ ଟ୍ରେନ୍ରେ ଚାଲାଣ ହେଉଥିବା ନେଇ ଯେଉଁ ଘଟଣା ସାମ୍ନାକୁ ଆସୁଛି, ଏଥିପ୍ରତି ଉଭୟ ଆର୍ପିଏଫ୍ ଏବ˚ ଜିଆର୍ପି କଡ଼ା ନଜର ରଖିବ। ବେଆଇନ ସାମଗ୍ରୀ ଚାଲାଣ ଉପରେ ଉଭୟ ଗୁଇନ୍ଦା ତଥ୍ୟ ସ˚ଗ୍ରହ କରି ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବାକୁ ଆଜି ଏକ ରାଜ୍ୟସ୍ତରୀୟ ବୈଠକରେ ପୁଲିସ ଡିଜି ଶ୍ରୀ ଅଭୟ ନିର୍ଦ୍ଦେଶ ଦେଇଛନ୍ତି। ରେଳବାଇ ସୁରକ୍ଷା ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ବୈଠକ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟତଃ ରେଳଯାତ୍ରୀ ଓ ରେଳବାଇର ସମସ୍ତ ପ୍ରକାର ସୁରକ୍ଷା ସମ୍ପର୍କିତ ଆଲୋଚନା ହୋଇଥିଲା। ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ। ଟ୍ରେନ୍ରେ ମାନବ ଚାଲାଣ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଥିବାରୁ ଏହା ଉପରେ ବି ଗୁରୁତ୍ବ ଦିଆଯିବ। ଅସହାୟ ଶିଶୁ କିମ୍ବା ଦିବ୍ୟାଙ୍ଗ ଅନେକ ସମୟରେ ରେଳ ଧାରଣାରେ ବୁଲୁଥିବା ଦେଖିବାକୁ ମିଳୁଛି। ସେମାନଙ୍କୁ ଉଦ୍ଧାର କରି ଥଇଥାନ କ୍ଷେତ୍ରରେ ମଧ୍ୟ ଯତ୍ନବାନ୍ ହେବାକୁ ଉଭୟ ଆର୍ପିଏଫ୍ ଏବ˚ ଜିଆର୍ପିକୁ ପରାମର୍ଶ ଦିଆଯାଇଛି। ଜିଆର୍ପି, ଆରପିଏଫ୍ ଏବ˚ ରେଳବାଇ ମଧ୍ୟରେ ଉପଯୁକ୍ତ ସମନ୍ବୟ ରଖାଯାଇ ଗୁଇନ୍ଦା ତଥ୍ୟ ପରସ୍ପରକୁ ଅବଗତ କରିବା ଉପରେ ଗୁରୁତ୍ବ ଦିଆଯିବାକୁ କୁହାଯାଇଛି। ବ୍ରାଉନ୍ସୁଗାର, ଗଞ୍ଜେଇ ଭଳି ବେଆଇନ କାରାବାର ଟ୍ରେନ୍ରେ ଅଧିକ ପରିମାଣରେ ଚାଲାଣ କରାଯାଉଛି। ଏଭଳି ବେଆଇନ ସାମଗ୍ରୀ ଚାଲାଣକୁ କିଭଳି ରୋକାଯିବ, ସେଥିପ୍ରତି ରେଳବାଇ ପୁଲିସ କଡ଼ା ନଜର ରଖିବ। ମାଲ୍ବାହୀ ଟ୍ରେନ୍ରେ ଚାଲାଣ ହେଉଥିବା କୋଇଲା, ସାର ଏବ˚ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରାଯାଉଥିବା ନଜିର ରହିଛି। ଲୁହା ବି ଚୋରି ହେଉଥିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଆଇନ ଶୃଙ୍ଖଳା ଏବ˚ ସିସି କ୍ୟାମେରା ଖଞ୍ଜିବା ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି।
ଏହି ବୈଠକରେ ରେଳବାଇ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଆଇଜି ତଥା ମୁଖ୍ୟ ସୁରକ୍ଷା କମିସନର୍ ରାଜା ରାମ୍, କୋଲକତା ସାଉଥ୍ ଇଷ୍ଟ ରେଲୱେର ଆର୍ପିଏଫ୍ ଆଇଜି ଡି.ବି. କସୋର୍, ଏସଆଇବି ଯୁଗ୍ମ ନିର୍ଦ୍ଦେଶକ ରାଜେଶ ସୁବର୍ଣ୍ଣୋ, ଏସ୍ଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ କୁମାର ସି˚ହ, ବିଳାସପୁରର ଡେପୁଟି ପ୍ରିନ୍ସିପାଲ୍ ଚିଫ୍ ସିକ୍ୟୁରିଟି କମିସନର୍ କୁମାର ନିସ୍ଚାନ୍ତ, ପୂର୍ବତଟ ରେଳବାଇର ଡେପୁଟି ଚିଫ୍ ଇଞ୍ଜିନିୟର ବି.ବି. ମହାରଣା, କଟକ ରେଳବାଇ ଏସ୍ପି ଅଶୋକ କୁମାର ବିଶ୍ବାଳ, ରାଉରକେଲା ରେଳବାଇ ଏସ୍ପି ତ୍ରିନାଥ ପଟେଲ୍ ପ୍ରମୁଖ କାର୍ଯ୍ୟକ୍ରମରେ ଆଜିର ବୈଠକରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/fhf4k98fh7k98fh7k98fh7kfh98kfhkfhkhfkkhfhkfkhkhhk.jpg)