ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଅବଦାନ ସଂପର୍କିତ ଆଲୋଚନା

ଭୁବନେଶ୍ୱର: ଗୁରୁ ଦିବସ ଅବସରରେ ବିଜେବିସ୍ୱୟଂଶାସିତ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ‘ଭାରତରତ୍ନ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଅବଦାନ’ ଶୀର୍ଷକ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଭୂପେଶ ରାୟ, ରଜତ ମିଶ୍ର, ସମିତା ଜେନା, ପ୍ରଜ୍ଞା ପାରମିତା ଓ ଶ୍ରୁତି ସାମଲ ରାଧାକ୍ରିଷ୍ଣନ୍‌ଙ୍କ ଦର୍ଶନ, କୂଟନୀତି, ଅଧ୍ୟାପନା, ଲେଖାଲେଖି ଓ ଶିକ୍ଷାପ୍ରୀତି ଉପରେ ଆଲୋଚନା କରିଥିଲେ। ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପକ୍ଷରୁ ସୁଧୀର ଜେନା ଗୁରୁ ଦିବସର ତାତ୍ପର୍ଯ୍ୟ ସହ ରାଧାକ୍ରିଷ୍ଣନ୍‌ଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ସଭାରେ ପ୍ରାଧ୍ୟାପକ ଅଭିରାମ ବିଶ୍ୱାଳ, ଶୁଭଶ୍ରୀ ମିଶ୍ର ଓ ଅଧ୍ୟାପିକା ସୁନନ୍ଦା ହୋତାଙ୍କ ସମେତ ସ୍ନାତକ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ବିଭାଗୀୟ ମୁଖ୍ୟ ଜ୍ଞାନରଞ୍ଜନ ମହାନ୍ତି କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର