ଆସାମ ରାଇଫଲସ୍‌ ପୂର୍ବତନ ସୈନିକ ଆସୋସିଏସନ୍‌ର ବୈଠକ

ଭୁବନେଶ୍ବର: ଆସାମ ରାଇଫଲସ୍‌ ପୂର୍ବତନ ସୈନିକ ଆସୋସିଏସନ୍‌ର କାର୍ଯ୍ୟକାରୀ ବୈଠକ ଜୟଦେବ ବିହାରସ୍ଥିତ ନିୟୁ ଏଜି କଲୋନି ରାଧାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।

ମଥାପ୍ରସାଦ ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସୁବେଦାର ମେଜର ସିରିଲ ଏକ୍କା, ଲଳିତ କୁମାର ମହାନ୍ତ, ଦେବବ୍ରତ ମଙ୍ଗରାଜ, ପ୍ର‌ମୋଦ କୁମାର ପଣ୍ଡା, ସତ୍ୟବ୍ରତ ସାସେନ୍, ନାଏକ ସୁବେଦାର ସଂଜୟ କୁମାର ଦାସ, ବିବି ସେଠୀଙ୍କ ସମେତ ଅନ୍ୟ ୨୨ଜଣ ପୂର୍ବତନ ସୈନିକ ଉପସ୍ଥିତ ଥିଲେ। ଏହି ଅବସରରେ ଆସୋସିଏସନ୍‌ର ନୂତନ ସଭ‌ାପତି ଭାବେ ଧନଞ୍ଜୟ ଆଚାର୍ଯ୍ୟ ଓ ସମ୍ପାଦକ ଭାବେ ଏମ.ଆର ମହାପାତ୍ର ମନୋନୀତ ହୋଇଥିଲେ।

ସମ୍ବନ୍ଧିତ ଖବର