ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚର ସାଧାରଣ ସଭା

ଜଟଣୀ: ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ପକ୍ଷରୁ ଜଟଣୀ ବନମାଳୀ ଶତପଥୀ ପାଠାଗାରଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ଅଧ୍ୟକ୍ଷ ଉମାଚରଣ ମିଶ୍ରଙ୍କ ସଭାପତିତ୍ବରେ ରାଜ୍ୟ ସାଧାରଣ ସମ୍ପାଦକ ଜଗବନ୍ଧୁ ଷଡ଼ଙ୍ଗୀ ମଞ୍ଚର ଆଭିମୁଖ୍ୟ ଓ ଶାଖା ଗଠନ ସମ୍ପର୍କରେ ସୂଚନା ଦେଇଥିଲେ। ସଭାରେ ଭୁବ‌ନେଶ୍ବର କେନ୍ଦ୍ର‌ର ଆଇନଜୀବୀ ସୁଧୀର କୁମ‌ାର ମହାନ୍ତି, ଉପାଧ୍ୟକ୍ଷ ବଂଶୀଧର ପାଢ଼ୀ, କୋଷାଧ୍ୟକ୍ଷ ଅମୀୟ ପ୍ରସାଦ ସାହୁ ପ୍ରମୁଖ ଯୋଗ‌ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁମୋହନ ମହାନ୍ତି, ବିମଳ ଚନ୍ଦ୍ର ଷଡ଼ଙ୍ଗୀ, ମିହିର କୁମାର ବିଧାର, ଜ୍ଞାନ ରଞ୍ଜନ ଦାସ, ଧର୍ମେନ୍ଦ୍ର ଯୋଶୀ, ସଜନ ଅଗ୍ରୱାଲ, ଦେବବ୍ରତ ପଟ୍ଟନାୟକ, ଆଶୁତୋଷ ବ୍ରହ୍ମା, ବିଭୂତି ପଟ୍ଟନାୟକ, ପ୍ରିୟବ୍ରତ ପରିଡ଼ା, ସସ୍ମିତା ମହାପାତ୍ର, ବିଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଖୋର୍ଦ୍ଧା ଜିଲ୍ଲା ଶାଖାର ସଭାପତି ଶକ୍ତି ଶଙ୍କର ମିଶ୍ର ସ୍ବାଗତ ଅଭିଭାଷଣ ଦେଇଥିଲେ। ସଭାରେ ମଞ୍ଚର ଜଟଣୀ ଶାଖା ଗଠନ କରାଯିବା ନିଷ୍ପତ୍ତି ନିଆଯିବା ସହ ସୀତାକାନ୍ତ ଶତପଥୀଙ୍କୁ ଶାଖା ସଭାପତି ଭାବେ ନିର୍ବାଚିତ କରାଯାଇଥିଲା।

ସମ୍ବନ୍ଧିତ ଖବର