ଭୁବନେଶ୍ୱର: ପ୍ରତିବର୍ଷ ପରି ଚଳିତ ବର୍ଷ ସାଇ ଚାରିଟେବଲ ଏଣ୍ଡ୍ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ବରମୁଣ୍ଡାଠା ଦୂର୍ଗାପୂଜା ପଡ଼ିଆଠାରେ ଆସନ୍ତା ୪ତାରିଖ ସନ୍ଧ୍ୟାରେ ମେଗା ସାଇ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ। ଏଥିରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଛତିଶଗଡ଼ର ଦିଲ୍ଲୀପ ଷଡ଼ଙ୍ଗୀ, ଅନିଲ ବାଓ୍ଵରା, ଟି ସୌରୀ, ପ୍ରଦୀପ, ମୋନାଲି, ମୀରା ପଣ୍ଡା, ଅର୍ପିତା, ସ୍ୱର୍ଣ୍ଣରେଖା ପ୍ରମୁଖ କଣ୍ଠଶିଳ୍ପୀ ଯୋଗଦେବେ। ଶ୍ରୀ ସାଇନାଥଙ୍କୁ ସମର୍ପିତ ଏହି ଭଜନ ସମାରୋହକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିବେ। ଏହି ଅବସରରେ ୧୦ହଜାର ସାଇ ଭକ୍ତଙ୍କ ସମ୍ମିଳନୀ ସହ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ବୋଲି ଟ୍ରଷ୍ଟ ପକ୍ଷରୁ ମାନସ ରଂଜନ ଚୌଧୁରୀ ସୂଚନା ଦେଇଛନ୍ତି।
୪ରେ ମେଗା ସାଇ ଭଜନ ସନ୍ଧ୍ୟା
/sambad/media/post_attachments/wp-content/uploads/2017/11/Sai-Baba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)