ଚନ୍ଦ୍ରଶେଖରପୁର: ଲାୟନ୍ସ କ୍ଲବ୍ ଅଫ୍ ଭୁବନେଶ୍ବର ପକ୍ଷରୁ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ମେଗା ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଲବ୍ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓ ଫାଷ୍ଟ୍ ଲେଡି ରଂଜନା ପାଢ଼ୀ ଅତିଥି ଭାବେ ଯୋଗଦେଇଥିଲେ। ଆଜି ଦିନ ତମାମ୍ କ୍ଲବ୍ର ଏକ ସ୍ବତନ୍ତ୍ର ଦଳ ପ୍ରଥମେ ରମାଦେବୀ କଲେଜ୍ ସମ୍ମୁଖରେ ମୋ’ ଦହିବରା ନାମକ ଏକ ପ୍ରୋଜେକ୍ଟକୁ ଶୁଭାରମ୍ଭ କରିଥିଲେ। ପରେ ଗାଡ଼କଣ କବାରିପଡ଼ା ପ୍ରାଥମିକ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ଉପହାର ଓ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା।
ବିଦ୍ୟାଳୟକୁ ଏକ ଆକ୍ବାଗାର୍ଡ ପ୍ରଦାନ କରାଯାଇଥିଲା। ସେହିଭଳି ସ୍ଥାନୀୟ ଏକ ଗରିବ ଦମ୍ପତିଙ୍କୁ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା। ଏହା ପରେ ଟଙ୍କପାଣି ରୋଡ୍ ବ୍ରହ୍ମେଶ୍ବରବାଗ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ଏକ କମ୍ପ୍ୟୁଟର ପ୍ରଦାନ କରାଯାଇଥିଲା। ଟଙ୍କପାଣି ଅଞ୍ଚଳରେ ଏକ ଜଳପ୍ରକଳ୍ପ ଉଦ୍ଘାଟନ କରାଯାଇଥିଲା। ଧଉଳିସ୍ଥିତ ଖଟୁଆପଡ଼ା ଏମ୍ଇ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ପୁଡ଼ିଆ ଓ ଉପହାର ପ୍ରଦାନ କରାଯିବା ସହିତ ସ୍ଥାନୀୟ ଗ୍ରାମାଞ୍ଚଳରେ ଏକ ମାଗଣା ଦନ୍ତ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା।
ଏହି ମେଗା କାର୍ଯ୍ୟକ୍ରମରେ ସଭାପତି ସୁରଭି ଦାଶ, ସଂପାଦକ ମୌସୁମୀ ସଂଜୟ ପଟ୍ଟନାୟକ, କୋଷାଧ୍ୟକ୍ଷ ଗାୟତ୍ରୀ ବ୍ରହ୍ମା, ଡ. ଅଞ୍ଜଳି ଛୋଟରାୟ, ଅମିତା ଜେନା, ମାୟା ସ୍ବାଇଁ, ଚାନ୍ଦିନୀ ମହାନ୍ତି, ରିନା ଚାନ୍ଦ୍, ସୁଧା ଖଣ୍ଡେଲୱାଲା, ଡ. ଶୁଭଶ୍ରୀ ଲେଙ୍କା, ପୁଷ୍ପାଶ୍ରୀ ସାହୁ, ସଂଗୀତା ମହାପାତ୍ର, ସ୍ବର୍ଣ୍ଣପ୍ରଭା ପାତ୍ର, ରୂପଶ୍ରୀ ରାଗିଣୀ ଦାସ, କବାରିପଡ଼ା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଶ୍ରୀ ପରିଜା, ଶିକ୍ଷୟିତ୍ରୀ ଉମାରାଣୀ ବେହେରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ନୂଆପଲ୍ଲୀସ୍ଥିତ ଲାୟନ୍ସ ଭବନଠାରେ ସମସ୍ତଙ୍କ ସଭ୍ୟମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।