ମେଘେଶ୍ବର ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ପ୍ରସ୍ତୁତି

ଭୁବନେଶ୍ବର : ଟଙ୍କପାଣି ରୋଡ୍‌ସ୍ଥିତ ମେଘେଶ୍ବର ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳନ କରାଯିବ। ଏହି ଅବସରରେ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ସବର କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରାଯାଇଛି। ଭୋର‌୍‌ ୪ଟାରେ ସାହାଣ ମେଲା ହୋଇ ୫ଟାରେ ମଙ୍ଗଳ ଆଳତୀ କରାଯିବ। ଏହା ସହ ଭଜନ ସମାରୋହ ଅନୁଷ୍ଠିତ ହେବ। ସକାଳ ୮ଟା ୩୦ରେ ସୂର୍ଯ୍ୟ ପୂଜା ଓ ପ୍ରଥମ ପ୍ରହର ପୂଜା କରାଯିବ। ଦିନ ୧୧ଟା ୩୦ରେ ତୃତୀୟ ପ୍ରହର ପୂଜା କରାଯିବା ସହ ୧୨ଟା ୩୦ରେ ମଧୢାହ୍ନ ନୀତି ସମ୍ପନ୍ନ ହେବ। ମନ୍ଦିର ପରିସରରେ ଥିବା ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇବା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଶ୍ରୀଶ୍ରୀମେଘେଶ୍ବର ମନ୍ଦିର ପରିଚାଳନା କମିଟିର ସଭାପତି ତଥା ପୂର୍ବତନ କର୍ପୋରେଟର‌୍‌ ଅଶୋକ ସି˚ହଙ୍କ ସଭାପତିତ୍ବରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସଂଗ୍ରାମ ନାୟକ, ନିହାର ପ୍ରହରାଜ, ପ୍ରଭାତ ପ୍ରତାପ ସିଂହ, ବାସୁଦେବ ଦାସ, ଅଜିତ ସାହୁ, ଅନିଲ ଛୋଟରାୟ, ସୂର୍ଯ୍ୟ ପଟ୍ଟନାୟକ ଓ ବିବେକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର