ଭୁବନେଶ୍ୱର: ଚୁପ୍କେ ଚୁପ୍କେ..., ୟେ ଦୌଲତ ଭି ଲେଲୋ..., ହମ୍କୋ କିସି ଗମ୍ ନେ ମାରା..., ଭଳି ଗଜଲ ଆଜି ଜୟଦେବ ଭବନର ଶ୍ରୋତାଙ୍କୁ ବିଭୋର କରିଥିଲା। ବାହାରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଭିତରେ ଗଜଲର ମୂର୍ଚ୍ଛନା ଶ୍ରୋତାମାନଙ୍କୁ ଏକ ନିଆରା ରାଇଜରେ ହଜାଇ ଦେଇଥିଲା। ନେହା ନୀହାରିକା ଓ ଅଭିଜିତଙ୍କ ଯୁଗଳବନ୍ଦୀ ଥିଲା ସବୁଠୁ ଅଧିକ ମନଛୁଆଁ।
ଆଜି ସ୍ୱରାଞ୍ଜଳି ପକ୍ଷରୁ ୧୧୩-ସିଗ୍ନେଚର୍ ଷ୍ଟୁଡିଓ ସହଯୋଗରେ ଜୟଦେବ ଭବନରେ ମେହଫିଲ-ଏ-ଗଜଲ୍-୨ ଅନୁଷ୍ଠିତ ହେବା ଅବସରରେ ଥିଲା ଏମିତି ପରିବେଶ।
ଝୁକି ଝୁକି ସି ନଜର, କୋଇ ଫରିୟାଦ୍, କାସ୍ ୟେସା କୋଇ ମଞ୍ଜର ହୋତା ଓ ଆଜ୍ ଜାନେ କି ଜିଦ୍ ମତ୍ କରୋ ଭଳି ଗଜଲ ଶ୍ରୋତାମାନଙ୍କୁ ପୂରା କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଏହି ଗଜଲ୍ ସନ୍ଧ୍ୟାରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଗୁରୁ ବିଜୟାନନ୍ଦ ନାୟକ, କମଳାକାନ୍ତ ମହାନ୍ତି, ଶାନ୍ତନୁ ରଥ ପ୍ରମୁଖ ବିଶିଷ୍ଟ ସଙ୍ଗୀତଜ୍ଞମାନେ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ସ୍ୱରାଞ୍ଜଳିର ସମ୍ପାଦକ ବିରଞ୍ଚି ନାରାୟଣ କର ଓ ଟ୍ରଷ୍ଟି ହେମଲତା ପାଢ଼ୀ ନବାଗତ କଣ୍ଠଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ବସନ୍ତ, କାବୁ, ପ୍ରଶାନ୍ତ, ଚିନ୍ତାମଣି ଓ ବବୁଲ୍। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗୁଲସନ୍ ନଦିମ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/40-5.jpg)