ଜଟଣୀ: ଜଟଣୀ ବ୍ଲକ୍‌ ଅନ୍ତର୍ଗତ ତିରିମଲ ପଞ୍ଚାୟତର ପ୍ରସିଦ୍ଧ ଭାଗବତ ବାସୁଦେବ ଗୋପୀନାଥ ଦେବଙ୍କ ମେଳଣ ଉଦ୍‌ଯାପିତ ହୋଇଯାଇଛି। ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ମେଳଣ ଆଜି ଚତୁର୍ଥ ଦିନରେ ଶେଷ ହୋଇଛି। ଚଳିତ ବର୍ଷ ମେଳଣରେ ପ୍ରାୟ ୬୪ଠାକୁର ଦୂରଦୁରାନ୍ତରୁ ଆସି ମେଳଣରେ ସାମିଲ୍ ହୋଇଥିଲେ। ପରମ୍ପରା ଅନୁଯାୟୀ ପ୍ରଥମେ ଗୋପୀନାଥଦେବଙ୍କୁ ଖୁଣ୍ଟ ଲାଗି ହେବା ପରେ ବୁଢ଼ା ଭାଗବତ ବାସୁଦେବ ଓ ରାଧାମୋହନଙ୍କ ସମେତ ଗ୍ରାମ୍ୟ ଏବଂ ଅନ୍ୟ ଠାକୁରଙ୍କୁ ଖୁଣ୍ଟ ଲାଗି ହୋଇଥିଲା। ୪ ଦିନ ବ୍ୟାପୀ ଚାଲିଥିବା ଏହି ମେଳଣରେ ଦୋକାନ ବଜାର ସାଙ୍ଗକୁ ପ୍ରତିଦିନ ଅପେରା ପ୍ରଦର୍ଶନ ହୋଇଥିଲା।

Advertisment

ଏଥିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଆତସବାଜି ସାଙ୍ଗକୁ ପାରମ୍ପରିକ ବାଦ୍ୟ-ନୃତ୍ୟରେ ଠାକୁରଙ୍କୁ ମେଲାଣି ଦିଆଯାଇଥିଲା।