ଭୁବନେଶ୍ୱର ଉପକଣ୍ଠରେ କୋଭିଡ କଟକଣା ଉଲ୍ଲଙ୍ଘନ କରି ମେଲୋଡି; ପୁଲିସ୍ ପାଖରେ ଖବର ନାହିଁ

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠରେ କୋଭିଡ କଟକଣା ଉଲ୍ଲଙ୍ଘନ କରି ମେଲୋଡି କାର୍ଯ୍ୟକ୍ରମ ହୋଇଛି | ଶହ ଶହ ଲୋକ ଏଥିରେ .ଯୋଗ .ଦେଇଥିବା ବେଳେ  ସ୍ଥାନୀୟ ପୁଲିସ କିଭଳି ଟିକେ ବି ଗନ୍ଧ ପାଇଲା ନାହିଁ ସେ ନେଇ ସାଧାରଣରେ ଆଲୋଚନା ହୋଇଛି।  କାର୍ଯ୍ୟକ୍ରମକୁ ହଜାରେରୁ ଅଧିକ ଲୋକ ଉପଭୋଗ କରିଥିବା ସୂଚନା ମିଳିଛି |

ସୂଚନା ଅନୁସାରେ, ବାଲିପାଟଣା ଥାନା ନରିଶୋ ପଞ୍ଚାୟତ ଭଗବତପଡା ଗ୍ରାମରେ ଆଜି ରାତିରେ ଏକ ମେଲୋଡି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା | ସ୍ଥାନୀୟ ଅଞ୍ଚଳର ବଛା ବଛା କଳାକାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |  ହେଲେ ବାଲିପାଟଣା ପୁଲିସ କି ବନମାଳିପୁର ଫାଣ୍ଡି ଅଧିକାରୀଙ୍କ ନିକଟରେ ଏ ନେଇ .କୌଣସି ସୂଚନା ନ ଥିବା ଜଣାପଡ଼ିଛି |

କୋଭିଡ କଟକଣା ଯୋଗୁଁ ସରକାର କଠୋର ନିୟମ ପ୍ରଣୟନ କରିଛନ୍ତି | ହେଲେ ବାଲିପାଟଣା ପୁଲିସର ଅବହେଳା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁଙ୍କୁ ପଚାରିବାରୁ ସେ ବନମାଳିପୁର ଫାଣ୍ଡି ଅଧୀନର ଘଟଣା ବୋଲି କହିଥିଲେ | ବନମାଳିପୁର ଫାଣ୍ଡି ଅଧିକାରୀ ହରେକୃଷ୍ଣ ସାହୁ ମେଲୋଡି କାର୍ଯ୍ୟକ୍ରମ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି | ତେବେ କିଏ ଅନୁମତି ଦେଲା ? କିପରି ଷ୍ଟେଜ ବନ୍ଧା ହୋଇ କାର୍ଯ୍ୟକ୍ରମ ହେଲା ? ତାକୁ ନେଇ ସାଧାରଣରେ ଏବେ ନାନା ପ୍ରଶ୍ନ ଉଠୁଛି |

ସମ୍ବନ୍ଧିତ ଖବର