ଭୂଦାନ ଯଜ୍ଞ ସମିତି ପକ୍ଷରୁ ସନ୍ଥ ବିନୋବା ଭାବେଙ୍କ ସ୍ମୃତିଚାରଣ ସଭା

ଖଣ୍ଡଗିରି: ଓଡ଼ିଶା ଭୂଦାନ ଯଜ୍ଞ ସମିତି ପକ୍ଷରୁ ସନ୍ଥ ବିନୋବା ଭାବେଙ୍କ ସ୍ମୃ୍ତିଚାରଣ ସଭା ଆୟୋଜିତ ହୋଇଯାଇଛି। ଆଇଆରସି ଭିଲେଜରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସନ୍ଥ ବିନୋବା ଭାବେଙ୍କ ସ୍ମୃତିରେ ଶାନ୍ତିପା‌ଠ ହେବା ସହିତ ବିନୋବା ଭାବେଙ୍କ ଦ୍ୱାରା ରାଜ୍ୟରେ ଭୂଦାନ ସଂସ୍ଥା ମାଧ୍ୟମରେ ୬ଲକ୍ଷ ୩୮ ହଜାର ଏକର ଜମି ଦାନ ଓ ଗରିବ ଖଟିଖିଆ ଭୂମିହୀନ ମାନଙ୍କ ପ୍ରତି ତାଙ୍କ ତ୍ୟାଗ ପରିଶ୍ରମ ଉପରେ ଆଲୋଚନା କରାଯାଇଥିଲା।

ଉପସ୍ଥିତ ଅତିଥିମାନେ ସନ୍ଥ ବିନୋବାଙ୍କ ଦେଶବିଦେଶରେ ଜନହିତକର କାର୍ଯ୍ୟକୁ ସମସ୍ତେ ଆପଣାଇବା ଦରକାର ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଅରଜିତ ପଣ୍ଡା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର