ଭୁବନେଶ୍ବର: ସ୍ଥାନୀୟ ଜୟଦେବ ଭବନରେ ‘ଋତୁସ୍ରାବ ଓ ଏ ସମ୍ବନ୍ଧୀୟ ପରିଚ୍ଛନ୍ନତା ବିଷୟବସ୍ତୁକୁ ନେଇ ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ‘ମୋ ତୂଳୀରେ କାହିଁକି ଲୁଚେଇବା’ ଆୟୋଜିତ ହୋଇଯାଇଛି। ସ୍ବେଚ୍ଛାସେବୀ ସଂଗଠନ ‘ଆଇନା’ ଏବଂ ଦିଲ୍ଲୀସ୍ଥିତ ‘ପରପସ୍’ ସଂଗଠନର ସ୍ବତନ୍ତ୍ର କ୍ୟାମ୍ପେନ୍ ‘ବାତେଁ ଅନଲକ୍’ ସହଭାଗିତାରେ ଆୟୋଜିତ ଏହି ଚିତ୍ରକଳା ପ୍ରଦର୍ଶନୀରେ ଭୁବନେଶ୍ବରର ବିଭିନ୍ନ କଲେଜରୁ ପ୍ରାୟ ୯୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପ୍ରାୟ ୧୦୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏଭଳି ଏକ ସମ୍ବେଦନଶୀଳ ବିଷୟବସ୍ତୁକୁ ଲୋକଲୋଚନକୁ ଆଣିଥିବାରୁ ସେ ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ।
‘ମୋ ତୂଳୀରେ ଋତୁସ୍ରାବର କଥା’
/sambad/media/post_attachments/wp-content/uploads/2022/05/f54h56sf4h65fh465fhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)