ଭୁବନେଶ୍ୱର : ଭୁବନେଶ୍ୱର-କଟକ ରୋଡ୍ସ୍ଥିତ ବୁଦ୍ଧେଶ୍ୱରୀ ମନ୍ଦିର ନିକଟରେ ବ୍ୟକ୍ତିିଟି ଏକ ବାଲିଗଦା ଉପରେ ବସି ନର୍ଦ୍ଦମାରୁ ଖାଦ୍ୟ ସାଉଁଟୁଥିବା ବେଳେ ମିସିଂ ଫାଉଣ୍ଡେସନ୍ର ସ୍ୱେଚ୍ଛାସେବୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ମାନସିକ ଭାବେ ଭିନ୍ନକ୍ଷମ ଏହି ବ୍ୟକ୍ତିଜଣକ ସ୍ୱେଚ୍ଛାସେବୀମାନଙ୍କୁ ମାରିବାକୁ ଗୋଡ଼ାଇଥିଲା। ସାମାଜିକ କର୍ମୀ ସୁଶାନ୍ତ ସାହୁ ଓ ସ୍ଥାନୀୟ ଯୁବକ ଦିଲ୍ଲୀପ ପାତ୍ର, ସାମାଜିକ କର୍ମୀ ପ୍ରିୟବତ୍ର ପଣ୍ଡା, ରାଜେଶ ପୃଷ୍ଟି, ରାଜେନ୍ଦ୍ର ପାତ୍ର ଓ ରାଜା ସାହୁ, ଦୀପକ ପରିଡ଼ା ପ୍ରମୁଖ ତାଙ୍କୁ ବୁଝାଇ ଦେହରେ ଥିବା କ୍ଷତକୁ ସଫା କରାଇଥିଲେ। ଘା’ ସଫା କରିବା ପରେ ନୂଆ ପୋଷାକ ଓ ଖାଦ୍ୟ ଦେଇ ତାକୁ ଥଇଥାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାନସିକ ଅନଗ୍ରସର ପୁରୁଷମାନଙ୍କୁ ଥଇଥାନ ଦିଗରେ ସରକାରଙ୍କ କୌଣସି ଯୋଜନା ନଥିବା ଜଣାପଡ଼ିଥିଲା। ଫଳରେ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଏହି ପରିଚୟବିହୀନ ବ୍ୟକ୍ତିଜଣଙ୍କୁ ଅଦ୍ୟାବଧି ଥଇଥାନ କରାଯାଇନାହିଁ। ସରକାର ଏଭଳି ରୋଗୀମାନଙ୍କର ଥଇଥାନ ପାଇଁ ପଦକ୍ଷେପ ନେବା ଆବଶ୍ୟକ ବୋଲି ସମାଜସେବୀ ଶ୍ରୀ ସାହୁ କହିଛନ୍ତି।
ଉଦ୍ଧାର ରୋଗୀ ପୁଣି ରାସ୍ତାରେ
ମାନସିକ ରୋଗୀଙ୍କ ଥଇଥାନ ପାଇଁ ବ୍ୟବସ୍ଥା ନାହିଁ
/sambad/media/post_attachments/wp-content/uploads/2018/01/susant-sahoo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)