‘ମେରି ଜାନ୍‌ ହିନ୍ଦୁସ୍ଥାନ’ ପଥପ୍ରାନ୍ତ କାର୍ଯ୍ୟକ୍ରମ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ମହାତ୍ମା ଗାନ୍ଧୀ ମାର୍ଗଠାରେ ‘ବନ୍ଦେ ମାତରଂ’ ସଂଗଠନ ପକ୍ଷରୁ ‘ମେରି ଜାନ୍‌ ହିନ୍ଦୁସ୍ଥାନ’ ଶୀର୍ଷକ ଏକ ଦେଶାତ୍ମବୋଧ ପଥପ୍ରାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗଠନର ସଦସ୍ୟ/ସଦସ୍ୟାମାନେ ତ୍ରିରଙ୍ଗା ଶାଢ଼ି ଓ ଧୋତି ପିନ୍ଧି ଜନ ସାଧାରଣଙ୍କୁ ଜାତୀୟ ପତାକା ବଣ୍ଟନ କରିଥିଲେ। ସାଧାରଣତନ୍ତ୍ର ଦିବସରେ ଯେପରି ସମସ୍ତଙ୍କ ହାତରେ ତ୍ରିରଙ୍ଗା ପତାକା ଦେଖାଯାଏ, ସେଥିପାଇଁ ସଂଗଠନ ପକ୍ଷରୁ ୫୦୦ରୁ ଊର୍ଧ୍ବ ପତାକା ମାଗଣାରେ ବଣ୍ଟନ କରାଯାଇଥିଲା। ପୁଣି ଏକ ପଥପ୍ରାନ୍ତ ନାଟକ ‘କର୍ତ୍ତବ୍ୟ’ ମଧ୍ୟ ଏହି ଅବସରରେ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମକୁ ବନ୍ଦେ ମାତରଂର ପ୍ରହ୍ଲାଦ ନାୟକ, ତ୍ରିରଙ୍ଗା ପ୍ରିୟଦର୍ଶନ, ଇଣ୍ଡିଆନ୍‌ ସାହୁ, ବର୍ଷା ପ୍ରିୟଦର୍ଶନୀ, ଯାଜ୍ଞସେନୀ ରାଉତ, ଚିନ୍ମୟୀ ଉପାଧ୍ୟାୟ ଓ ମାୟା ମୁଣ୍ଡାରୀ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର