ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାତିରେ କଟକ ରୋଡ୍ସ୍ଥିତ ହୋଟେଲ ପେଣ୍ଟାଗନ୍ ଉପରେ ସ୍ପେସାଲ ସ୍କ୍ଵାଡ୍ ଓ ଲକ୍ଷ୍ମୀସାଗର ଥାନା ପୁଲିସ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଛି। ଏହି ହୋଟେଲରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡ୍ୟାନ୍ସ ବାର୍ ଓ ଅନୈତିକ କାରବାର ଚାଲିଥିବା ନେଇ ବହୁବାର ଅଭିଯୋଗ ହୋଇ ଆସୁଥିଲା। ତେବେ ଆଜି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ପେସାଲ ସ୍କ୍ଵାଡ୍ ଓ ଲକ୍ଷ୍ମୀସାଗର ଥାନା ପୁଲିସ ହୋଟେଲ୍ରେ ଦ୍ୱିତୀୟ ମହଲାରେ ମିଳିତ ଭାବେ ଚଢ଼ଉ କରିଥିଲେ। ରାତି ପ୍ରାୟ ୧୨ଟା ବେଳେ ହୋଇଥିବା ଚଢ଼ଉରେ ପୁଲିସ ୧୦ଜଣ ଅଣ ଓଡ଼ିଆ ଯୁବତୀଙ୍କୁ ଉଦ୍ଧାର କରିବା ସହ ହୋଟେଲ ମ୍ୟାନେଜର୍ଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ ଉଦ୍ଧାର ହୋଇଥିବା ୧୦ ଯୁବତୀଙ୍କ ମଧ୍ୟରେ ୨ ଜଣ ବିଦେଶିନୀ ଥିବା ଜଣାପଡ଼ିଛି। ତେବେ ଉଭୟ କେଉଁ ଦେଶରୁ ଆସିଛନ୍ତି ସେ ସଂପର୍କରେ ପୁଲିସ ସୂଚନା ଦେବାକୁ ମନା କରିଦେଇଛି। ପୂର୍ବରୁ ମଧ୍ୟ କମିସନରେଟ୍ ପୁଲିସ ପକ୍ଷରୁ କଟକ ରୋଡ୍ରେ ଥିବା ବିଭିନ୍ନ ଡ୍ୟାନ୍ସ ବାର୍ରେ ଏପରି ରାତି ଅଧିଆ ଚଢ଼ଉ କରାଯାଇଥିଲା। ବାରମ୍ବାର ଏପରି ଚଢ଼ଉ କରାଯାଉଥିଲେ ମଧ୍ୟ ବାର୍ ଓ ହୋଟେଲ୍ କର୍ତୃପକ୍ଷ ହେଜୁ ନଥିବା କୁହାଯାଉଛି। ଆଗକୁ ମଧ୍ୟ ଏପରି ବେଆଇନ୍ କାର୍ଯ୍ୟ ଚାଲିଥିବା ହୋଟେଲ୍ ଓ ଡ୍ୟାନ୍ସ ବାର୍ରେ ଚଢ଼ଉ କରାଯିବ ବୋଲି ପୁଲିସ କହିଛି।
ହୋଟେଲ ପେଣ୍ଟାଗନ୍ ଉପରେ ରାତି ଅଧିଆ ଚଢ଼ଉ, ୧୦ ଯୁବତୀ ଉଦ୍ଧାର
/sambad/media/post_attachments/wp-content/uploads/2018/08/147787250.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)