ରାଜଧାନୀରେ ବୁଲୁଛନ୍ତି ମାଳମାଳ ସନ୍ଦିଗ୍ଧ, ବାହାର ରାଜ୍ୟର ଶ୍ରମିକ ବି ବୁଲୁଛନ୍ତି

ଭୁବନେଶ୍ବର : ରାଜଧାନୀରେ ଏବେ ବହୁ ପ୍ରବାସୀ ଓଡ଼ିଆ ବୁଲୁଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଏମାନଙ୍କର ଘର ଭୁବନେଶ୍ବରରେ ନୁହେଁ। କାହା ଘର ଅନୁଗୁଳ ତ କାହା ଘର ସମ୍ବଲପୁର। ରାଜ୍ୟ ବାହାରୁ ଏ‌ମାନେ ବିଭିନ୍ନ ଗାଡ଼ିରେ ନିଜ ଜିଲ୍ଲାକୁ ଫେରିବାକୁ ଅନୁମତି ନେଇ ଆସୁଥିଲେ ହେଁ ବହୁ ଗାଡ଼ି ଚାଳକ ଏମାନଙ୍କୁ ଭୁବନେଶ୍ବରରେ ଓହ୍ଲାଇ ପଳାଉଛନ୍ତି। ଆଜି ଏହିପରି କେତେକ ପ୍ରବାସୀ ଓଡ଼ିଆ ରାଜଧାନୀରେ ବୁଲୁଥିଲେ ହେଁ ସେମାନଙ୍କୁ କେହି ଅଟକାଉ ନଥିଲେ କି ସେମାନଙ୍କ ସମସ୍ୟାର ସମାଧାନ କରୁ ନଥିଲେ।

ତେଲେଙ୍ଗାନାରୁ କିଛି ଶ୍ରମିକ ଆଜି ଜୟଦେବ ବିହାର ଅଞ୍ଚଳରେ ବୁଲୁଥିବା ବେଳେ ଆମ ନଜରକୁ ଆସିଥିଲେ। ପଚାରିବାରୁ ଜଣାପଡ଼ିଲା ଯେ ସେମାନେ ଏକ ବସ୍‌ରେ ତେଲେଙ୍ଗାନାରୁ ଆସିଥିଲେ। ଅନୁଗୁଳ ଯିବାର ଥିଲା। ଏହି ବସ୍‌ରେ ବାଲେଶ୍ବର ଓ ଭଦ୍ରକର ଲୋକ ଥିବାରୁ ବସ୍‌ଟି ଏଥିରେ ଥିବା ୪ଜଣଙ୍କୁ ବରମୁଣ୍ଡା ବସ‌ଷ୍ଟାଣ୍ଡରେ ଓହ୍ଲାଇ ଦେଇଥିଲା। ଅନୁଗୁଳ ଯିବା ପାଇଁ ସେମାନେ ଟଙ୍କା ଦେଇଥିଲେ ହେଁ ଗାଡ଼ି ଯାଇପାରିବନି କହି ଓହ୍ଲାଇ ଦେଇଥିଲା। ଏହାପରେ ସେମାନେ ରାଜଧାନୀରୁ କେମିତି ଅନୁଗୁଳ ଯିବେ ସେ ଚିନ୍ତାରେ ଜାତୀୟ ରାଜପଥରେ ଚାଲିଚାଲି ଯାଉଥିଲେ। କେବଳ ଏତିକି ନୁହେଁ, ହାଇଦ୍ରାବାଦରୁ କିଛି ଶ୍ରମିକ ଲୁଚି ପଳାଇ ଆସିଥିବା ବେଳେ ସେମାନେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଯିବାର ଥିଲା। ଏଠାରେ କିଛି ବାଟ ଚାଲିବା ପରେ ଏକ ଅଟୋ ମିଳିଥିଲା। ଯେଉଁଥିରେ ସମସ୍ତେ ବସିକି କଟକ ଅଭିମୁ‌େଖ ଯାଉଥିବା ଦେଖିବାକୁ ମିଳିଥିଲା। ଏହିପରି ବହୁ ପ୍ରବାସୀ ଓଡ଼ିଆ ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବା ପୂର୍ବରୁ ଭୁବନେଶ୍ବରରେ ଓହ୍ଲାଇ ଚକ୍କର କାଟୁଛନ୍ତି।

ସମ୍ବନ୍ଧିତ ଖବର