ବାଲିଅନ୍ତା : କରୋନା ଲକ୍ଡାଉନ ଅବଧି ହଟିବା ପରେ ରାଜ୍ୟ ବାହାରେ ଥିବା ଶହ ଶହ ଶ୍ରମିକ ଓଡ଼ିଶା ଫେରିବେ। ତେଣୁ ଘର ବାହୁଡ଼ିବାକୁ ଥିବା ସଂପୃକ୍ତ ଶ୍ରମିକମାନଙ୍କୁ ନେଇ ଏବେ ଚିନ୍ତା ଘାରିଛି। ଆଜି ବାଲିଅନ୍ତା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚମାନଙ୍କୁ ଶପଥ ପାଠ କରାଇଥିଲେ। ଶପଥ ପାଠ ପରେ ବିଡିଓ ଆଦିକନ୍ଦ ବେହରାଙ୍କ ସହ ସରପଞ୍ଚମାନେ ଏନେଇ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରମିକ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ସମସ୍ୟା ନେଇ ଉଦବେଗ ପ୍ରକାଶ ପାଇଥିଲା। ଗୃହ ସଙ୍ଗରୋଧରେ ରହି କେତେକ କଟକଣା ମାନୁନଥିବାରୁ ସଂକ୍ରମଣ ସମ୍ଭାବନାକୁ ନେଇ ଆଲୋଚନା ହୋଇଥିଲା। ସରକଣା ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସ ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ପରବର୍ତ୍ତୀ ସମୟରେ ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। କେଉଁ ପଞ୍ଚାୟତରେ କେତେ ପ୍ରବାସୀ ଓଡ଼ିଆ ଅଛନ୍ତି ସେ ସଂପର୍କରେ କିଛି ସରପଞ୍ଚ ବିଡିଓଙ୍କୁ ତଥ୍ୟ ପ୍ରଦାନ କରିଥିଲେ। ବିଡିଓ ଶ୍ରୀ ବେହେରାଙ୍କ ତଥ୍ୟ ଅନୁସାରେ ବାଲିଅନ୍ତା ବ୍ଲକର ବିଭିନ୍ନ ପଞ୍ଚାୟତକୁ ୪୦୦ରୁ ଅଧିକ ଓଡ଼ିଆ ଫେରିବେ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଛି। ହେଲେ ସେମାନଙ୍କ ସଂଖ୍ୟା ଆଉ ଅଧିକ ବଢ଼ିପାରେ ବୋଲି କୁହାଯାଉଛି। ଜୟଦେବ ପଞ୍ଚାୟତ ସରପଞ୍ଚ ତାଙ୍କ ପଞ୍ଚାୟତରେ ୬୦ରୁ ଅଧିକ ଜଣ ରାଜ୍ୟ ବାହାରେ ଥିବା କହିଥିଲେ। ଜଗନ୍ନାଥପୁର ପଞ୍ଚାୟତକୁ ଶତାଧିକ ବୃତ୍ତିଧାରୀ ଫେରିବେ ବୋଲି ସରପଞ୍ଚ ରଶ୍ମିତା ସାହୁ ସୂଚନା ପ୍ରଦାନ କରିଥିଲେ। ଆସନ୍ତା ୨୪ ତାରିଖରୁ ଏନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଙ୍କ ପରିବାର ଲୋକ ନାମ ପଞ୍ଜୀକରଣ କରିପାରିବେ ବୋଲି ଜଣେ ସରପଞ୍ଚ କହିଛନ୍ତି। ଏନେଇ ପ୍ରତି ୱାର୍ଡରେ ମାଇକ୍ ଯୋଗେ ପ୍ରଚାର କରାଯିବ। ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟକର୍ମୀ, ୱାର୍ଡ ସଭ୍ୟ, କୃଷକ ସାଥୀ, ପ୍ରାଣୀମିତ୍ର ସେମାନଙ୍କ ସଂପର୍କରେ ପଞ୍ଚାୟତକୁ ତଥ୍ୟ ପ୍ରଦାନ କରିବେ।
ବାଲିଅନ୍ତା ଫେରିବେ ୪୦୦ ପ୍ରବାସୀ ଓଡ଼ିଆ
/sambad/media/post_attachments/wp-content/uploads/2019/12/labour.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)