ଭୁବନେଶ୍ୱର : ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସ ଯୁବଶାଖା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ ଆଜି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୁବଶାଖା ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରୀୟ ମଜଦୁର୍ କଂଗ୍ରେସର ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଶ୍ରମିକମାରଣ ଓ ଶ୍ରମ ବିରୋଧୀ ନୀତିକୁ ସମାଲୋଚନା କରିଥିଲେ। ଦାଦନ ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହେବା ସହ ଦାଦନ ପ୍ରବଣ ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଦନମୁକ୍ତ ଘୋଷଣା କରିବା ଧର୍ମକୁ ଆଖିଠାର ବୋଲି ସେ କହିଥିଲେ। ଉଭୟ ଜିଲ୍ଲାର ୨୦ଟି ପଞ୍ଚାୟତକୁ ୧୩୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ମଧ୍ୟ ଦାଦନ ସମସ୍ୟାର ସମାଧାନରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି ଡ. ଖୁଣ୍ଟିଆ ଅଭିଯୋଗ କରିଛନ୍ତି। ସ୍ଥାନୀୟ କାରଖାନାଗୁଡ଼ିକରେ ୮୦% ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ପାଇଁ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ, ଠିକାପ୍ରଥା ଉଚ୍ଛେଦ, ସର୍ବନିମ୍ନ ମଜୁରି ମାସକୁ ୨୧ ହଜାର ଟଙ୍କା ପ୍ରଦାନ, କୃଷି ଓ କୃଷକଙ୍କ ସମସ୍ୟାର ସମାଧାନ ଓ ଧାନର ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନ, ଧାନ ମଣ୍ଡିରେ ଧାନର କାଟେଣିକୁ ବାଦ୍ ଦେବା ଓ ସମଗ୍ର ରାଜ୍ୟରେ ଶ୍ରମିକଙ୍କୁ ସରକାରୀ ଧାର୍ଯ୍ୟ ମଜୁରି ପ୍ରଦାନ ବାଧ୍ୟତାମୂଳକ କରିବା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ରାଜ୍ୟ କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ବିମଳ ପ୍ରଧାନ, ସମ୍ପାଦକ ସମୀର ଚାନ୍ଦ, ଜଲ୍ଲା ସଭାପତି ଜୟକୃଷ୍ଣ ମଲିଆ, ସନ୍ତୋଷ ଭୋଳ, ବିକାଶ ଦାସ, ବବିତା ବଡ଼ପଣ୍ଡା, ସାଇଲକ୍ଷ୍ମୀ ପ୍ରସାଦ ପଲାଇ, ବିଭୂତି କୁମାର ଜେନା, ଆଶିଷ ବେହେରା, ସନ୍ଦିପ ଦେହୁରୀ, ହିରୋଜ ସାହୁ, ଅଂଶୁମାନ ଦାଶ, ପଦ୍ମଲୋଚନ ମହାତୋ, ଶୁଭାଶିଷ ନାୟକ, ଆଶା ମିଞ୍ଜ୍, ରମେଶ ମାଝି, ଗୁଡ଼ୁ ଦାସ, କୈଳାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
‘ଦାଦନମୁକ୍ତ ଘୋଷଣା ଧର୍ମକୁ ଆଖିଠାର’
/sambad/media/post_attachments/wp-content/uploads/2019/12/labour.jpg)