ଏଟିଏମ୍‌ରୁ ମିଳୁଛି କ୍ଷୀର

ଖଣ୍ଡଗିରି : ସ୍ଥାନୀୟ କୋଳଥିଆରେ ଏକ କ୍ଷୀର ବାହାରୁଥିବା ଏଟିଏମ୍‌କୁ ଆଜି ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କର୍ପୋରେଟର ଅଶ୍ୱିନୀ କୁମାର ସୁନ୍ଦରାୟ, ଦିଲ୍ଲୀପ କୁମାର ମାଝୀ ପ୍ରମୁଖ ଉଦ୍‌ଘାଟନ କରିଛନ୍ତି। ଏହି ଏଟିଏମ୍‌ ଆରମ୍ଭ କରିଛନ୍ତି ରବୀନ୍ଦ୍ର କୁମାର ଦାସ। ଜଣେ ଗ୍ରାହକ ଏଥିରୁ ଲିଟର ପିଛା ୪୦ ଟଙ୍କା ଦରରେ ୨୫୦ ଗ୍ରାମ୍‌, ୫୦୦ ଗ୍ରାମ୍‌ କିମ୍ବା ଏକ ଲିଟର ମାପର କ୍ଷୀର ନେଇ ପାରିବ। କଏନ୍‌, ନୋଟ୍‌ ଏମିତିକି ପେଟିଏମ୍‌ ମାଧ୍ୟମରେ ଟଙ୍କା ଦେଇ ଗ୍ରାହକମାନେ ଏଥିରୁ କ୍ଷୀର ସଂଗ୍ରହ କରିପାରିବେ। ରବୀନ୍ଦ୍ରଙ୍କ ସୂଚନାନୁସାରେ ସେ ୯ ଲକ୍ଷ ଟଙ୍କା ବ୍ୟୟ କରି ୫୦୦ ଲିଟର ଧାରଣ କରିବାର କ୍ଷମତା ଥିବା ଏହି ମେସିନ୍‌ ବସାଇଛନ୍ତି। ଖାଣ୍ଟି କ୍ଷୀର ସହ ବିନା ପଲିଥିନ୍‌ରେ ଗ୍ରାହକମାନେ ଏଠାରୁ କ୍ଷୀର ନେଇପାରିବେ। ନିଜେ ଗାଈ ରଖି କ୍ଷୀର ବେପାର କରୁଥିବାରୁ ସେ ଗ୍ରାହକମାନଙ୍କୁ ନିଜ ଆବଶ୍ୟକ ମୁତାବକ କ୍ଷୀର ପୁଣି ବିନା ପଲିଥିନ୍‌ ପ୍ୟାକ୍‌ରେ ଦେବାକୁ ଏହି ପ୍ରୟାସ ଚଳାଇଛନ୍ତି। ପ୍ରଥମ ଦିନରୁ ରାଜଧାନୀର ଗ୍ରାହକମାନେ ଏଭଳି ବ୍ୟବସ୍ଥାକୁ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର