ଯଦୁପୁରରେ ଲାଗିଲା ମିଲ୍‌କ ଏଟିଏମ୍

ଭୁବନେଶ୍ବର : ଯଦୁପୁରରେ ଆଜି ଏକ ମିଲ୍‌କ ଏଟିଏମ୍ ଉଦ୍‌ଘାଟିତ ହୋଇଛି। ସୁରଭି ସଂସ୍ଥା ପକ୍ଷରୁ ଏହି ମିଲ୍‌କ ଏଟିଏମ୍ ଲଗାଯାଇଥିବା ବେଳେ ଯେ‌ କେହି ବି ଟଙ୍କା ଦେଇ ଏଠାରୁ କ୍ଷୀର ନେଇ ପାରିବେ। ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମୁଜାହିଦ ହୁସେନଙ୍କ ସମେତ କର୍ପୋରେଟର ଅଶ୍ବିନୀ ସୁନ୍ଦରାୟ, ହୃଦୟ ବଲ୍ଲଭ ସାମନ୍ତରାୟ ଏବଂ ‌ଜ୍ୟୋତ୍ସ୍ନା‌ମୟୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ରାଜଧାନୀରେ ୪୦ଟି ସ୍ଥାନରେ ବିଏମ୍‌ସି ପକ୍ଷରୁ ପାଣି ଏଟିଏମ୍‌ ଲଗାଯାଇଥିବା ବେଳେ ଏବେ ଘରୋଇ ସଂସ୍ଥା ପକ୍ଷରୁ ମିଲ୍‌କ ଏଟିଏମ୍‌ ଲଗାଯାଇଛି। ଆଇଗିଣିଆରେ ପ୍ରଥମ ମିଲ୍‌କ ଏଟିଏମ୍ ଲାଗିଥିଲା। ଏହି ଏଟିଏମ୍‌ରେ ଲିଟର ପିଛା ୪୦ଟଙ୍କା ହିସାବରେ କ୍ଷୀର ମିଳିବ। ଏବେ କମ୍ପାନିର କର୍ମଚାରୀ କାର୍ଡ ସ୍ବାଇପ୍ କରି ଗ୍ରାହକଙ୍କୁ ଚାହିଦା ମୁତାବକ କ୍ଷୀର ଦେବେ। ପରବର୍ତ୍ତୀ ସମୟରେ ଗ୍ରାହକଙ୍କୁ କାର୍ଡ ଯୋଗାଇ ଦିଆଯିବ। ଯାହାକୁ ଗ୍ରାହକମାନେ ରିଚାର୍ଜ କରିବା ସହ ସ୍ବାଇପ୍ କରି ମେସିନ୍‌ରୁ କ୍ଷୀର ସଂଗ୍ରହ କରିପାରିବେ।

ସମ୍ବନ୍ଧିତ ଖବର