ବାଲିପାଟଣା : ତାଲାବନ୍ଦ ଯୋଗୁଁ ଦୁଗ୍ଧ ଚାଷୀ ଏବେ ସଂକଟରେ ପଡ଼ିଛନ୍ତି। କ୍ଷୀର ବିକ୍ରି ହେଉନଥିବାରୁ ଗାଈ, ମଇଁଷିଙ୍କୁ ଖାଦ୍ୟ ଯୋଗାଇ ପାରୁନାହାନ୍ତି। ଏହାର ପ୍ରତିବାଦରେ ଆଜି ବାଲିପାଟଣା ବ୍ଲକ ମାର୍ଥାପୁର ଏବଂ ଦେଉଳିଧରପୁର ପଞ୍ଚାୟତର ୨୦/୨୫ ଚାଷୀ ୫ ଶହ ଲିଟର କ୍ଷୀର ତଳେ ଢାଳି ପ୍ରତିବାଦ କରିଥିଲେ। ବାଲିପାଟଣା ଅଞ୍ଚଳରୁ ପ୍ରତ୍ୟେକ ଦିନ ଶହ ଶହ କୁଇଣ୍ଟାଲ ଛେନା, ପନିର ବିକ୍ରି ପାଇଁ ଭୁବନେଶ୍ବର ଯାଇଥାଏ। ବର୍ତମାନ ତାଲାବନ୍ଦ ପ୍ରଭାବରେ ଦୋକାନ, ବଜାର ବନ୍ଦ ହୋଇଯାଇଛି। ଫଳରେ କ୍ଷୀର ବିକ୍ରି ପାଇଁ ସମସ୍ୟା ଉପୁଜୁଛି। ଗାଁ ଗଣ୍ତାରେ କ୍ଷୀର ବିକ୍ରି କରି ଚାଷୀ ଉପଯୁକ୍ତ ମୂଲ୍ୟ ପାଉ ନ ଥିବା ବ୍ରହ୍ମାନନ୍ଦ ଖୋଦେଇ ଅଭିଯୋଗ କରିଛନ୍ତି। ଭୁବନେଶ୍ବର ଦୁଗ୍ଧ ଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସଭାପତି ଦିଲ୍ଲୀପ ହାଲି, ସଂପାଦକ ବେଣୁଧର ବେହେରା, କୋଷାଧ୍ୟକ୍ଷ ଦାଶରଥୀ ବେହେରା, ଅନନ୍ତ ବେହେରା ପ୍ରମୁଖ ସଂଘ ତରଫରୁ ଚାଷୀଙ୍କୁ ଚୋକଡ଼, ଦାନା ବଣ୍ଟନ କରିଥିଲେ। ଚାଷୀ ଏବଂ ବ୍ୟବସାୟୀଙ୍କ ନିମନ୍ତେ ବିନାସୁଧରେ ଋଣ ଯୋଗାଇବା, ଦାନା କୁଇଣ୍ଟାଲ ପିଛା ୧୮୦୦ ଟଙ୍କା ମୂଲ୍ୟ ସ୍ଥିର କରିବା ଓ ଗୋଶାଳା ଯୋଗାଇ ଦେବା ପାଇଁ ସଂଘ ତରଫରୁ ଦାବି ହୋଇଛି।
ତାଲାବନ୍ଦ ଯୋଗୁଁ ଦୁଗ୍ଧ ଚାଷୀ ଏବେ ସଂକଟରେ : କ୍ଷୀର ଢାଳି ପ୍ରତିବାଦ କଲେ ଦୁଗ୍ଧ ଚାଷୀ
/sambad/media/post_attachments/wp-content/uploads/2020/04/Balipatana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)