କ୍ଷୀର ବୋଝେଇ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ: ରାସ୍ତାରେ ଢାଳିଗଲା ଶହ ଶହ ଲିଟର ଦୁଗ୍ଧ

ବାଲିପାଟଣା: ସରଦେଇପୁର-ନିମାପଡ଼ା ରାସ୍ତାରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା କ୍ଷୀର ବୋଝେଇ ଭ୍ୟାନ୍ ବାଲିପାଟଣା ଠାରେ ରାସ୍ତାରେ ଓଲଟି ପଡ଼ିଛି। ଗାଡ଼ି ଡ୍ରାଇଭର ସୁରକ୍ଷିତ ଥିବା ବେଳେ ଶହ ଶହ ଲିଟର କ୍ଷୀର ଢାଳିଯାଇଛି।
ସୂଚନା ଅନୁସାରେ, ନିମାପଡ଼ା-କୋଣାର୍କ ରାସ୍ତାର ଜୁଣେଇ ଠାରେ ଥିବା ମିଲକ ମୁଡ ଦୁଗ୍ଧ କମ୍ପାନି ଗାଡ଼ି ନମ୍ବର (ଓଡି 0୫ ଡି ୨୪୧୪) ରେ କ୍ଷୀର, ଦହି ପ୍ରଭୃତି ବୋଝେଇ ଢାଳିଯାଉଥିଲା। ସେହି ଗାଡ଼ିରେ ୨ ଶହ ଟ୍ରେ ବୋଝେଇ ହୋଇଥିଲା। ଡ୍ରାଇଭର ତୋଫାନ ମଲ୍ଲିକଙ୍କ ଅସାବଧାନତା ହେତୁ ଭ୍ୟାନ୍ ହଠାତ ରାସ୍ତାରେ ଓଲଟି ପଡ଼ିଥିଲା। ଫଳରେ ଦୀର୍ଘ ସମୟ ପାଇଁ ରାସ୍ତାର ଉଭୟ ପଟୁ ଆସୁଥିବା ଯାନବାହନ ଅଟକି ରହିଥିଲା। ଖବର ପାଇ କମ୍ପାନିର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାଇଡ୍ରା ସାହାଯ୍ୟ ଗାଡ଼ିକୁ ଉଠାଇଥିଲେ। ଦୁର୍ଘଟଣାରେ ଭ୍ୟାନଟି ଭାଙ୍ଗି ରୁଜି ଯାଇଥିବା ଜଣାପଡ଼ିଛି। ପ୍ରକାଶ ଥାଉ କି ଅନେକ ସମୟରେ ଏହି ରାସ୍ତାରେ କ୍ଷୀର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି।

ସମ୍ବନ୍ଧିତ ଖବର