ଧଉଳି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅନ୍ତର୍ଗତ ଧଉଳି ଛକ ଓ ଉତ୍ତରା ମଧ୍ୟରେ ଆଜି ଭୋର ପ୍ରାୟ ୪ଟା ବେଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ଆଗରେ ଯାଉଥିବା ଏକ କ୍ଷୀର ଗାଡ଼ି ପଛରେ ପିଟି ହୋଇ ଓଲଟିପଡ଼ିବାରୁ କାର୍ରେ ଥିବା ବାପା-ପୁଅ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍ଟି ଚୂରମାର ହୋଇଯାଇଛି। ସ୍ଥାନୀୟ ଲୋକ ଉଭୟଙ୍କୁ କାର ଭିତରୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି। ଏବେ ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସେମାନଙ୍କ ସଂପୂର୍ଣ୍ଣ ପରିଚୟ ମିଳିପାରି ନାହିଁ। ସୂଚନାନୁଯାୟୀ ବାପା ଓ ପୁଅ କାର୍ (ଓଡି-୩୩ଏନ୍-୭୦୯୦)ରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଆଗରେ ଯାଉଥିବା କ୍ଷୀର ଗାଡ଼ିକୁ ଧକ୍କା ଦେଇ ରୋଡ୍ ଡିଭାଇଡର୍ରେ ପିଟି ହୋଇ ଯାଇଥିଲେ। ଫଳରେ କାର୍ ଓଲଟି ଦୁହିଁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଧଉଳି ଥାନା ପୁଲିସ କାର୍ଟିକୁ ଜବତ କରିଛି। ଦୁଇଦିନ ତଳେ ଅନୁରୂପ ଭାବେ ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ଆଉ ଏକ କ୍ଷୀରଗାଡ଼ି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
କ୍ଷୀରଗାଡ଼ିରେ ପିଟିହୋଇ ଓଲଟିଲା କାର୍ ବାପା, ପୁଅ ଗୁରୁତର
/sambad/media/post_attachments/wp-content/uploads/2018/02/balianta-accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)