ଚନ୍ଦ୍ରଶେଖରପୁର: ମାଣ୍ଡିଆ ଆମ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ସ୍ବାସ୍ଥ୍ୟ ଲାଭ ବ୍ୟତୀତ, ମିଲେଟ୍‌ କମ ଜଳ ଓ ଇନପୁଟ୍ ଆବଶ୍ୟକତା ସହ ପରିବେଶ ପାଇଁ ମଧ୍ୟ ଭଲ। ସଚେତନତା ସୃଷ୍ଟି କରିବା, ମିଲେଟ୍‌ ଉତ୍ପାଦନ ଏବଂ ଉପଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟରେ ମିଳିତ ଜାତିସଂଘ ଦ୍ୱାରା କେନ୍ଦ୍ର ସରକାରଙ୍କ ଅନୁରୋଧରେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ବୋଲି ଘୋଷଣା କରାଯାଇଛି। ତେଣୁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ପକ୍ଷରୁ ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନରେ ଥିବା ‘ଏକ ଷ୍ଟେସନ୍ ଏକ ପ୍ରଡକ୍ଟ’ ଷ୍ଟଲରେ ମିଲେଟ୍ ସାମଗ୍ରୀ ବିକ୍ରୟ ପାଇଁ ପଦକ୍ଷେପ ନିଆଯାଇଛି।

Advertisment

ବର୍ତ୍ତମାନ ଯାତ୍ରୀମାନେ ବିଭିନ୍ନ ମିଲେଟ୍ ଉତ୍ପାଦ ଯେମିତିକି ମାଣ୍ଡିଆ ପାଉଡର, ଛତୁଆ ପାଉଡର, ବାଜରା ପାଉଡର, ସ୍ନାକ୍ସ ଆଇଟମ୍ ଯଥା ବିସ୍କୁଟ, ମିକ୍ସର, କେକ୍ ଆଦି ଏହି ଦୁଇ ରେଳ ଷ୍ଟେସନରେ ପାଇପାରିବେ। ‘ଏକ ଷ୍ଟେସନ୍ ଏକ ପ୍ରଡକ୍ଟ’ ଯୋଜନାକୁ ସ୍ଥାନୀୟ କାରିଗର, କୁମ୍ଭକାର, ବୁଣାକାର/ହସ୍ତତନ୍ତ ବୁଣାକାର, ଆଦିବାସୀ, କୃଷକ ଇତ୍ୟାଦିର ବର୍ଦ୍ଧିତ ଜୀବିକା ତଥା କଲ୍ୟାଣ ଯୋଗାଇଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନିକଟରେ ଘୋଷଣା କରିଥିଲେ।