ମାଇଣ୍ଡ୍‌ ଫ୍ରେସ୍‌ କରୁଛି ଲଡ଼ୁ ପାନ

ପାନ ଖାଲି ଖାଦ୍ୟ ନୁହେଁ। ଏହା ଭାରତୀୟମାନଙ୍କ ପରମ୍ପରାର ଅଂଶ। ଏହାର ଔଷଧୀୟ ଗୁଣ ଯୋଗୁଁ ଅନେକଙ୍କର ଏହା ଅତିପ୍ରିୟ। ପୁଣି ମିଠା ପାନର ସ୍ଥାନ ଆମ ପରମ୍ପରାରେ ସ୍ୱତନ୍ତ୍ର। ତେବେ ଏହା ଭିତରେ ଆଇଟିଇଆର୍‌ କଲେଜ ନିକଟସ୍ଥ ମାଇଣ୍ଡ୍‌ ଫ୍ରେସ୍‌ ପାନ ଦୋକାନର ‘ଲଡ଼ୁ ପାନ’ ଟିକେ ନିଆରା। ପାନ ପତ୍ର ଉପରେ ବିଭିନ୍ନ ପ୍ରକାର ମସଲା, ଗୁଲ୍‌କୋନ୍‌, ଲଚ୍ଛା ସୁପାରି, କଲାକନ୍‌, ଜିନ୍ଦନ ସୁପାରୀ, ମୁଲେଠି, ଜାଇଫଳ, ଗନ୍ଧ ଶୁଣ୍ଠି, ପିପର ମିଣ୍ଟ୍‌, ଚଟ୍‌ନି ପକାଯାଏ। ଏହାପରେ ଏହାକୁ ଗୋଲ୍‌ ଗୋଲ୍ କରି ‌ଉପରେ ଟୁଥ୍‌ ପିକ୍‌ରେ ଚେରି ଲଗାଇ ଗ୍ରାହକଙ୍କୁ ଦିଆଯାଏ। ଏହାର ଦାମ୍‌ ୩୦ ଟଙ୍କା ରହିଛି। ପୁଣି ଏହା ୬ ମାସ ପର୍ଯ୍ୟନ୍ତ ସଂରକ୍ଷିତ ରୁହେ। ବିଭିନ୍ନ ମସଲା ଦିଆ ଏହି ଗୋଲ୍‌ ଲଡ଼ୁ ପାନ ପାଟିକୁ ଯେତେ ସୁଆଦିଆ ଦେହ ପାଇଁ ବି ହିତକାରୀ ବୋଲି କହିଛନ୍ତି ମାଇଣ୍ଡ୍‌ ଫ୍ରେସ୍‌ର ସତ୍ତ୍ବାଧିକ‌‌ାରୀ ରମାକାନ୍ତ ସେନାପତି। ମାସେ ହେଲା ଏହି ଲଡ଼ୁ ପାନ ନୂଆ କରି ଆସିଥିବା ବେଳେ ଏହାକୁ ଯୁବପିଢ଼ି ବେଶି ପସନ୍ଦ କରିବା ସହ ଗ୍ରାହକମାନେ ବହୁ ପରିମାଣରେ କିଣି ଉପହାର ସ୍ୱରୂପ ବନ୍ଧୁ ପରିଜନଙ୍କ ପାଖକୁ ଓଡ଼ିଶା ବାହାରକୁ ପଠାଉଛନ୍ତି ବୋଲି କହିଛନ୍ତି ରମାକାନ୍ତ ଭାଇ।

ସମ୍ବନ୍ଧିତ ଖବର