ଭୁବନେଶ୍ବର: ବଡ଼ବିଲରେ କାର୍ଯ୍ୟରତ ଏକ ଘରୋଇ ମାଇନିଂ ସଂସ୍ଥାର ମ୍ୟାନେଜର ସଂଗ୍ରାମ ଗଡ଼ନାୟକ ସାଇବର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଛି। ସାଇବର ଠକ ତାଙ୍କ କ୍ରେଡିଟ୍ କାର୍ଡକୁ ହ୍ୟାକ୍ କରି ଅଢ଼େଇ ଲକ୍ଷ ଟଙ୍କା ଉଡ଼ାଇନେଇଛି। ମାମଲା ରୁଜୁ କରି ସାଇବର ଥାନା ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଶ୍ରୀ ଗଡ଼ନାୟକଙ୍କ ଆକାଉଣ୍ଟରୁ କଟିଥିବା ଟଙ୍କାରେ ୨ଟି ଦାମୀ ଫୋନ୍ କିଣାଯାଇଛି ଏବଂ ତାହା କୋଲକାତାରେ ଡେଲିଭର୍ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଅଭିଯୋଗକାରୀ ଶ୍ରୀ ଗଡ଼ନାୟକଙ୍କ କହିବାନୁସାରେ ଝିଅର ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ହସ୍ପିଟାଲ୍ରେ ଥିଲେ। ୨୪ ତାରିଖ ରାତିରେ ତାଙ୍କ କ୍ରେଡିଟ୍ କାର୍ଡରୁ ଅଢ଼େଇ ଲକ୍ଷ ଟଙ୍କା କଟିଥିବା ନେଇ ତାଙ୍କ ମୋବାଇଲକୁ ମେସେଜ୍ ଆସିଥିଲା। ଆମାଜନ୍ ସହ ତାଙ୍କ କ୍ରେଡିଟ୍ କାର୍ଡ ଲିଙ୍କ୍ ଥିବାରୁ ପରଦିନ ସକାଳୁ ସେ ଆମାଜନ ସଂସ୍ଥା ସହ ଯୋଗାଯୋଗ କରିଥିଲେ ଏବଂ କେହି ହ୍ୟାକ୍ କରି ଲୁଟିଥିବା ଜାଣିବାକୁ ପାଇଥିଲେ। କେବଳ ସେତିକି ନୁହେଁ, ଆମାଜନ୍ ପକ୍ଷରୁ ତାଙ୍କୁ ପର୍ଚେଜ୍ ଡକ୍ୟୁମେଣ୍ଟ୍ ଦେଖାଇ ଦିଆଯାଇଥିଲା ଏବଂ ରୋହିତ ନାମକ ଜଣେ ଯୁବକକୁ ୨ଟି ଦାମୀ ମୋବାଇଲ୍ ଡେଲିଭର୍ ହୋଇଛି ବୋଲି କୁହାଯାଇଥିଲା।
Advertisment

Sambad is now on WhatsApp
Join and get latest news updates delivered to you via WhatsApp